ଆନ୍ଧ୍ରପ୍ରଦେଶ,କାକିନାଡା ଜିଲ୍ଲାର ଭାଲାସାପାକାଲା କେନ୍ଦ୍ରିୟ ବିଦ୍ୟାଲୟାରେ ଦେଖିବାକୁ ମିଳିଛି।ସତୁରୀ ରୁ ଅଧିକ ଛାତ୍ରଛାତ୍ରୀ ନିଶ୍ୱାସ ପ୍ରଶ୍ୱାସ ନେବା କାରଣରୁ ଚେତାଶୂନ୍ୟ ହୋଇପଡ଼ିବା, ସହ ସ୍କୁଲ ପରିସରରେ ଗୋଟିଏ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ, ସ୍କୁଲରେ ପାଠପଢା ଚାଲିଥିବା ସମୟରେ ହଠାତ ଷଷ୍ଠ ଶ୍ରେଣୀର ୧୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଓ ଚେତାଶୂନ୍ୟ ହୋଇପଡିଥିଲେ ଏବଂ ପରେ ପଞ୍ଚମ,ସପ୍ତମ ଏବଂ ଅନ୍ୟାନ୍ୟ ଶ୍ରେଣୀର ଛାତ୍ରମାନେ ମଧ୍ୟ ନିଶ୍ୱାସ ପ୍ରଶ୍ୱାସ ନେବାରେ ବାଧା ସୃଷ୍ଠି ହେବା ସହ ଚେତାଶୂନ୍ୟ ହୋଇପଡ଼ିଥିଲେ। ଶିକ୍ଷକ ଓ ଅନ୍ୟ ଛାତ୍ରଛାତ୍ରୀ ଅସୁସ୍ଥ ମାନଙ୍କୁ ପ୍ରଥମେ ସହାୟତା ପ୍ରଦାନ କରିଥିଲେ ଏବଂ ପରେ ଏମ୍ବୁଲାନ୍ସ ଦ୍ଵାରା ଗୁରୁତର ମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରେଣୀଗୃହ ଯାଞ୍ଚ କରିଥିଲା। ତେବେ ଏହି ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।


