Read Time:1 Minute, 8 Second
ରାଇଘର ଥାନା ହଳଦୀ ପଞ୍ଚାୟତ ଅନ୍ତର୍ଗତ ଭାଟିପଖନା ଗ୍ରାମରେ କିଛି ଲୋକ ବନ୍ଧୁକ ବ୍ୟବହାର କରୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ରାଇଘର ଥାନା ଅଧିକାରୀ ଟଙ୍କଗିରି ଭୋଇ ନିଜ ପୋଲିସ କର୍ମଚାରୀ ଏବଂ ଫୁଟାନଡ଼ା ସ୍ଥିତ ବିଏସଏଫ୍ ଜବାନଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଚଢ଼ଉ କରିଥିଲେ । ଚଢ଼ଉ ବେଳେ ଗୋଟିଏ ଘର ମଧ୍ୟରୁ ୪ ଗୋଟି ଦେଶୀ ବନ୍ଧୁକ ସହ ଚାରି ଜଣକୁ ପୋଲିସ ଧରିବାରେ ସଫଳ ହୋଇଛି । ଫୁଟାନଡ଼ା ଅଂଚଳ ମାଓ ପ୍ରବଣ ଓ ପଡୋଶି ରାଜ୍ୟ ଛତିଶଗଡ଼ କୁ ଲାଗି ରହିଥିବାରୁ ଏମାନେ ଜଙ୍ଗଲି ଜନ୍ତୁ ଶିକାର ପାଇଁ ବନ୍ଧୁକ ବ୍ୟବହାର କରୁଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣା ପଡିଥିବା ରାଇଘର ଥାନା ଅଧିକାରୀ ଟଙ୍କଗିରି ଭୋଇ ସୂଚନା ଦେଇଛନ୍ତି । ସେପଟେ ଆଜି ଗିରଫ ଯୁବକ ରତିରାମ ଗଣ୍ଡ, ରଘୁ ଗଣ୍ଡ, ରାମ ଗଣ୍ଡ, ବାସୁଦେବ ଗଣ୍ଡଙ୍କୁ କୋର୍ଟ ଚଳାନ କରାଯାଇଛି ।

