ସ୍ତ୍ରୀ ଓ ପିଲାକୁ ନିର୍ଯ୍ୟାତନା ଦେଇ ସ୍ଵାମୀ ଗିରଫ

ସ୍ତ୍ରୀ ଓ ପିଲାକୁ ନିର୍ଯ୍ୟାତନା ଦେଇ ସ୍ଵାମୀ ଗିରଫ

0 0
Read Time:1 Minute, 23 Second

ଆସିକା ଥାନା ଅନ୍ତର୍ଗତ ଋଷିପୁର ଗ୍ରାମରେ ସ୍ୱାମୀ ଅନ୍ୟ ଝିଅର ପ୍ରେମରେ ପଡି ସ୍ତ୍ରୀ ଓ ପିଲା ଛୁଆଙ୍କୁ ନିର୍ଯ୍ୟାତନା ଦେବା ଅଭିଯୋଗ ରେ ସ୍ଵାମୀ ତ୍ରିଲୋଚନ ବେହେରା ଗିରଫ ହୋଇଛନ୍ତି।ସ୍ତ୍ରୀ ଝିଲି ବେହେରା ଙ୍କ ଅଭିଯୋଗ ପ୍ରକାରେ ସ୍ୱାମୀ ତ୍ରିଲୋଚନ ଉକ୍ତ ଗ୍ରାମର ଜଣେ ଅବିବାହିତ ଝିଅ ସହ ସମ୍ପର୍କ ରଖି ଘରକୁ  ଆସୁନାହାଁନ୍ତି କି ପୁଅ ଓ ଝିଅଙ୍କ  ଦାଇତ୍ୱ ନେଉନାହାନ୍ତି।ଏପରିକି ତାଙ୍କୁ ଓ ତାଙ୍କ ପିଲାଙ୍କୁ ଜୀବନରେ ମାରିଦେବାକୁ ମାରଧର କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି।ଆମ୍ଭେ ମରିଗଲେ ସେ ତାର ପ୍ରେମିକା ସହ ରହିବା ଯୋଜନା କରୁଛନ୍ତି।ସ୍ତ୍ରୀ ଝିଲି ସ୍ୱାମୀଙ୍କୁ ଏଥିରୁ ନିବୃତ୍ତ ରହିବା ପାଇଁ ବାରଣ କରିବାରୁ ପ୍ରେମିକା ତାଙ୍କ ସ୍ୱାମୀ ଙ୍କୁ  ଅଧିକ ନିଶା ସେବନ କରାଇ ଆମ୍ଭକୁ ମାଡ ମାରିବାକୁ ଉସୁକାଉଥିବା  ଏତାଲାରେ ଦର୍ଶାଇଛନ୍ତି।ଏହାକୁ ଭିତ୍ତି କରି ପୋଲିସ ଥାନା କେଶ ନଂ୪୭୦ /୨୨ପ୍ରକାରେ ସ୍ୱାମୀ ତ୍ରିଲୋଚନ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ଅପରାଧ