ଲଗାଣ ବର୍ଷାରେ ଏକର ଏକର ଫସଲ ବୁଡ଼ିଲା:ଚାଷୀଙ୍କ ଚିନ୍ତା ବଢିଲା

ଲଗାଣ ବର୍ଷାରେ ଏକର ଏକର ଫସଲ ବୁଡ଼ିଲା:ଚାଷୀଙ୍କ ଚିନ୍ତା ବଢିଲା

0 0
Read Time:2 Minute, 11 Second

ଆସିକାରେ ତିନି ଦିନର ଲଗାଣ ବର୍ଷାରେ ଏହି ବ୍ଲକର ସିଦ୍ଧନୟୀ ପଞ୍ଚାୟତର ଅନେକ ଗ୍ରାମର ଏକର ଏକର ଚାଷ ଜମି ଜଳମଗ୍ନ ହୋଇଛି।ବଡନଦୀ  ପର୍ଶ୍ୱର ନଈଦାଣ୍ଡିଆ ତଟବର୍ତୀ ଗ୍ରାମ ସିଦ୍ଧନୟୀ, ମହାରାଜପୁର, ଅତରଙ୍ଗ, ବାଦଗଡ ଓ ଗବନଳା ଭଳି ଅଞ୍ଚଳର ଏକର ଏକର ଚାଷ ଜମିର ତଳି ପାଣିରେ ବୁଡି ରହିଛି।ଚାଷୀ ହଳ ଲଙ୍ଗଳ କରି ମୂଲ ଲାଗି ଯାହା ଖର୍ଚ୍ଚ କରିଥିଲା ସବୁ ପାଣିରେ ଗଲା। ଏ ବର୍ଷ ଆଉ ଖନ୍ଦ ହବକି ନାହିଁ ସେଥିପାଇଁ ଚାଷୀଙ୍କ ମନରେ ଭାଳେଣି ଥିଲା ।ଗତକିଛି ଦିନ ତଳେ ଜମିରେ ତଳି ପୋଡିଯିବା ଅବସ୍ଥା ହୋଇଥିବା ବେଳେ ବର୍ଷା ପାଇଁ ଚାଷୀ ଚାତକ ପରି ଅନେଇ ରହିଥିଲେ।ହେଲେ ବର୍ଷା ଆସିଲା କିନ୍ତୁ ୩ ଦିନ ଧରି ଲଗାଣ ବର୍ଷା ହେବାରୁ ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହୋଇ ଚାଷୀର ଚିନ୍ତାକୁ ବଢାଇଲା।ଋଣ ଶୁଝିବେ କେମିତି, ଘର ଚଳାଇବେ କେମିତି ଆଉ ବର୍ଷ ତମାମ ପିଲେ ଖାଇବେ କେମିତି, ବଞ୍ଚିବେ କିପରି ବୋଲି ଅତରଙ୍ଗ ଗ୍ରାମର ଚାଷୀ କାମେଶ୍ୱର ବିଶ୍ୱାଳ ଦୁଃଖରେ ଭାଙ୍ଗି ପଡିଛନ୍ତି।ଏ ଲଗାଣ ବର୍ଷା ଭାଗ ଚାଷୀଙ୍କ ପାଇଁ ଆଣିଛି ଦୁଃଖ।ଅନେକ ଲୋକଙ୍କ ଚାଷଜମିକୁ ଭାଗଚାଷ ସୂତ୍ରରେ ଆଣି ପରିବାର ଚଳାଇବ ବୋଲି ଆଶା ବାନ୍ଧିଥିଲା ଭାଗଚାଷୀ କିନ୍ତୁ ଏହି ଲଗାଣ ବର୍ଷା ଚାଷୀର ସମସ୍ତ ସ୍ୱପ୍ନକୁ ଧୂଳିସାତ କରିଦେଇଛି ବୋଲି ଚାଷୀ ବୃନ୍ଦାବନ ପାତ୍ର ଦୁଃଖ ପ୍ରକାଶ କରିଛନ୍ତି।କେତେବେଳେ ବନ୍ୟା ତ କେତେବେଳେ ବାତ୍ୟାରେ ଚାଷୀ ସର୍ବଦା ନିଜର ଉପାର୍ଜନ ହରେଇ ଥିଲେ ମଧ୍ୟ ଉପାୟ ଶୂନ୍ୟ ହୋଇ ଚାଷ ବୃତ୍ତିକୁ ଛାଡି ପାରୁନଥିବାରୁ ଏ ଦୁର୍ଦ୍ଦଶା ଭୋଗୁଛନ୍ତି।ବର୍ତ୍ତମାନ ଆଉ ଆଗକୁ ଉପାୟ ନଥିବାରୁ ଅନ୍ୟ ପନ୍ଥା ନେବାକୁ ବାଧ୍ୟ ହେବୁ ବୋଲି ଚାଷୀ ଅମର ପ୍ରଧାନ କହିଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ସ୍ପେଶାଲ୍ ରିପୋର୍ଟ