ଧରାକୋଟ:ମହିଳା ରାଜା,ବାହୁଡା ଯାତ୍ରା

ଧରାକୋଟ:ମହିଳା ରାଜା,ବାହୁଡା ଯାତ୍ରା

0 0
Read Time:2 Minute, 43 Second

ଗଞ୍ଜାମ ଜିଲ୍ଲାର ୧୪ ଗୋଟି ଗଡଜାତ ମଧ୍ୟରୁ ଧରାକୋଟ ଗଡରେ ଏକ ଭିନ୍ନ ପରମ୍ପରା ରହିଛି।ଏଠିକାର ଯୁବତୀ ମହିଳା ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ରଥ ଉପରେ ଛେରା ପହଁରା କରନ୍ତି।ଏଠିକା ଅନ୍ୟ ବିଶେଷତ୍ବ ହେଲା ବାହୁଡା ବାସିଦିନ ତଥା ଏକାଦଶୀ ତିଥିରେ ରଥଟଣା ହୁଏ।ଏହି ନିଆରା ପରମ୍ପରାକୁ ଦେଖିବା ସହ ନିଜ ପ୍ରିୟ ରାଜାଙ୍କୁ ଦର୍ଶନ ପାଇଁ ୧୪ କୋଷରୁ ଧାଇଁ ଆସନ୍ତି ଗଡକୁ ଲୋକେ।

ଧରାକୋଟ ଗଡ଼ରେ ଆଦ୍ୟସେବକ ଭାବେ ଗୀତାଞ୍ଜଳି ଦେବୀଙ୍କ ଠାକୁର ସେବାକାର୍ଯ୍ୟ ଭିନ୍ନ ଓ ସ୍ୱତନ୍ତ୍ର ଅଟେ।ଖାସ କରି ରଥଯାତ୍ରା ଓ ବାହୁଡା଼ ବେଳେ ରାଜାଙ୍କ ରାଜକୀୟ ଠାଣିରେ ମନ୍ତ୍ରୀ, କଟୁଆଳ, ସେନାପତି ଓ ପାରିଷଦ ବର୍ଗଙ୍କ ସହ ରୁପା ତାମଞ୍ଜିନ ( ପାଲିଙ୍କି )ରେ ଯାଇ ରଥ ଉପରେ ଠାକୁରଙ୍କ ପୂଜା ଅର୍ଚ୍ଚନା କରିବା ବେଳେ ଅଞ୍ଚଳର ହଜାର ହଜାର ଲୋକ ନିଜ ପ୍ରିୟ ରାଜାଙ୍କୁ ଦେଖିବା ପାଇଁ ରୁଣ୍ଢ ହୁଅନ୍ତି।କରୋନାର ୨ ବର୍ଷ ପରେ ରଥଯାତ୍ରା ହେଉଥିବାରୁ ଗହଳି ଚହଳି ଜମିଥିଲା। ଅସ୍ଥାୟୀ ବଜାର ମଧ୍ୟ ବସିଥିଲା।

ରାଜ୍ୟ ତଥା ରାଜ୍ୟ ବାହାରେ ଗୁଣ୍ଡିଚା ଓ ବାହୁଡା଼ ହୁଏ କିନ୍ତୁ ଧରାକୋଟରେ ବାହୁଡା଼ ପରଦିନ ହୋଇଥାଏ। ଏହି ଦୁଇଦିନରେ ଧରାକୋଟର ଯୁବତୀ ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଦେବନୀତି କରନ୍ତି। ରାଜା କିଶୋର ଚନ୍ଦ୍ର ସିଂ ଦେଓଙ୍କ ଦେହାନ୍ତ ପରେ ତାଙ୍କର ପୁତ୍ର ସନ୍ତାନ ନଥିବାରୁ ଦୁଇ ଝିଅଙ୍କ ମଧ୍ୟରୁ ବଡ଼ଝିଅ ସୁଲକ୍ଷଣା ଗୀତାଞ୍ଜଳି ୧୪ ବର୍ଷ ବୟସରେ ରାଜ୍ୟାଭିଷେକ ହୋଇ ଦେବନୀତି ତୁଲାଇ ଆସୁଛନ୍ତି।

ବାପା, ଜେଜେ ବାପା ଯେମିତି ଜଗନ୍ନାଥ ଆଦ୍ୟସେବକ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ।ତାଙ୍କ ପ୍ରକାରାନ୍ତେ ସୌଭାଗ୍ୟ ବଶତଃ ସୁଲକ୍ଷଣା ଙ୍କୁ ଏହି ଦାୟିତ୍ୱ ମିଳିଥିବାରୁ ସେ ନିଜକୁ ଧନ୍ୟ ମନେ କରନ୍ତି ।ଛାତ୍ର ଜୀବନ ବେଳେ ମାତ୍ର ୧୪ ବର୍ଷରୁ ରାଜଦାଇତ୍ୱ ତୁଲାଇ ଏବେ ସେ ଯୁବା ବୟସରେ ରାଜନୀତିରେ ପାଦ ଥାପି ଏବେ ଧରାକୋଟ ବ୍ଲକ ଅଧ୍ୟକ୍ଷା ଅଛନ୍ତି।ତଥାପି ଏହି ଦେବନୀତି ତାଙ୍କ ପାଇଁ ସୌଭାଗ୍ୟ ହୋଇ ଥିବାରୁ ଆଗକୁ ଏହି ଦାୟିତ୍ୱ ସୁଚାର ରୂପେ ତୁଲାଇବାର ସଂକଳ୍ପ ନେଇଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ସ୍ପେଶାଲ୍ ରିପୋର୍ଟ