ବିଜୁ ଜନତା ଦଳ ର ୨୫ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆସିକା ଠାରେ ଗଂଜାମ ଜୋନ ବିଜୁ ଯୁବ ଜନତା ଦଳର ସଭାପତି ନଚିକେତା ସ୍ଵାଇଁ ମହୋଦୟଙ୍କ ନେତୃତ୍ୱରେ ଆସିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଥରା ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଶୁଭାରମ୍ଭ କରିଥିଲେ। ଦଳର ବରିଷ୍ଠ ବିଜେଡ଼ି ନେତା ଭଗବାନ ସାହୁ,ଯୁବ ବିଜେଡି ବ୍ଳକ ସଭାପତି ଶିବ ନାହାକ ,ବ୍ଲକ ବିଜେଡି ସଭାପତି ରାଜେଶ ପଟନାୟକ,ଯୁବ ବିଜେଡି ନେତା ପ୍ରତାପ ଚନ୍ଦ୍ର ପ୍ରଧାନ,ଶଶାଙ୍କ ଚର୍ଚି, ବିଚିତ୍ର ଦଳାଇ, ନଗର ଯୁବ ବିଜେଡ଼ି ସଭାପତି ଜିତେନ୍ଦ୍ର ମହାରଣା ,ବିଜୁ ଛାତ୍ର ଜନତା ଦଳର ଗଞ୍ଜାମ ଜିଲ୍ଲା ଉପସଭାପତି ମଧୁସୂଦନ ସ୍ୱାଇଁ, ସମ୍ପାଦକ ସୁରେଶ ଡାକୁଆ, ସାଧାରଣ ସମ୍ପାଦକ ଶଙ୍କର ପାଳ, ଜିଲା ଆଇ. ଟି ସେଲ ସଂଯୋଜକ ଶ୍ୱେତବସନ୍ତ ଲେଙ୍କା ,ବ୍ଲକ ଛାତ୍ର ଜନତା ସଭାପତି ବିମଳ ପ୍ରଧାନ,ଆସିକା ନଗର ଛାତ୍ର ଜନତା ସଭାପତି ନିଗମାନନ ରାଉତ ସମେତ ଜିଲ୍ଲାସ୍ତରୀୟ ସମସ୍ତ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତା ମାନେ ବୃକ୍ଷରୋପଣ ରେ ଯୋଗଦେଇଥିଲେ।
ବିଜେଡ଼ିର ବୃକ୍ଷରୋପଣ କାର୍ଯ୍ୟକ୍ରମ
“ଗୋଟିଏ ଗଛ—-କୋଟିଏ ଜୀବନ”
“ଗୋଟିଏ ଗଛ—-କୋଟିଏ ଜୀବନ”
Read Time:1 Minute, 36 Second

