Read Time:48 Second
ଧରାକୋଟ ବ୍ଲକର ବହାରପୁର ପଞ୍ଚାୟତର ଡାକିବାଜା ଗ୍ରାମର ଏକ ନଳକୂପରୁ ଦୂଷିତ ପାଣି ବାହାରୁଥିବା ଯୋଗୁଁ ଏହା ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ଗ୍ରାମର ଗ୍ରାମଦେବତୀ ମନ୍ଦିର ପଛ ପଟେ ରହିଥିବା ନଳକୂପରୁ ଯେଉଁ ପାଣି ବାହାରୁଛି ତାହା କିଛି ସମୟ ରଖିବା ପରେ ହଳଦିଆ ରଙ୍ଗର ଆସ୍ତରଣ ପାତ୍ର ତଳେ ଦେଖିବାକୁ ମିଳୁଛି। ଏହି ପାଣିରୁ ଏକ ଗନ୍ଧମଧ୍ୟ ବାହାରୁଛି। ଏଣୁ ଏହା ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ଏହି ପାଣିର ନମୁନା ବିଭାଗୀୟ ଅଧିକାରୀ ପରୀକ୍ଷା ପାଇଁ ନେଇଛନ୍ତି। ଏଣୁ ବିଭାଗ ତରଫରୁ ଏହି ନାଳକୁପକୂ ସଫା କରିବା ପାଇଁ ଜନସାଧରଣ ଦାବୀ କରିଛନ୍ତି।

