ଅଗ୍ନିପଥକୁ ବିରୋଧ କରି କଂଗ୍ରେସ ର ବିଭିନ୍ନ ସ୍ଥାନରେ ସତ୍ୟାଗ୍ରହ ।

ଅଗ୍ନିପଥକୁ ବିରୋଧ କରି କଂଗ୍ରେସ ର ବିଭିନ୍ନ ସ୍ଥାନରେ ସତ୍ୟାଗ୍ରହ ।

0 0
Read Time:1 Minute, 24 Second

ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକ ଠାରେ ଓ ଧରକୋଟରେ କଂଗ୍ରେସ ପକ୍ଷରୁ ଅଗ୍ନିପଥ କୁ ବିରୋଧ କରି ସତ୍ୟ।ଗ୍ରହ କରାଯାଇଛି।କେନ୍ଦ୍ର ବିଜେପି ସରକାର ଙ୍କ ଯୁବ ମାରଣ ନୀତି ଓ ଘରୋଇ କରଣ ପଲିସି ଏବଂ ଚାଷୀ ନୀତି ଭଳି ଅନେକ ଯୋଜନା ଜନ ହିତ କର ବିରୋଧୀ ଥିବାରୁ ତାକୁ ତୀବ୍ର ବିରୋଧ କରିଛି କଂଗ୍ରେସ । ଗଞ୍ଜାମ ଜିଲ୍ଲା ସଭାପତି ତଥା ସାନଖେମୁଣ୍ଡି ଵିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଦଳୀୟ ଛାମୁଆ ନେତା ଓ କର୍ମୀ ମାନେ ଅଂଶ ଗ୍ରହଣ କରି କେନ୍ଦ୍ର ସରକାର ଙ୍କ ଦ୍ଵାରା ପ୍ରଦତ୍ତ ଅଗ୍ନିପଥ ଯୋଜନା ତୁରନ୍ତ ପ୍ରତିହାର କରାନଗଲେ ଆନ୍ଦୋଳନ ବ୍ୟାପକ ରୂପ କରାଯିବ ବୋଲି ବକ୍ତା ମାନେ ମନ୍ତବ୍ୟ ରଖିଥିଲେ ।କୃଷି ନିୟମ କୁ ପ୍ରତ୍ୟାହାର କଲାଭଳି ଅଗ୍ନିପଥ ଯୋଜନା କୁ ମଧ୍ୟ ପ୍ରତ୍ୟାହାର ନକରାଯାଏ । ଆନ୍ଦୋଳନ ମାଧ୍ୟମରେ ଜନ ଜାଗ୍ରତ କରାଯିବ। ସହ ଯୁବ ନେତୃତ୍ୱ କୁ ସାମିଲ କରାଯିବ । ବିଜେପିର ମନମାନି ସରକାରକୁ ଆଉ ଏବେ ବରଦାସ୍ତ କରାଯିବ ନାହିଁ ବୋଲି ମଞ୍ଚାସୀନ ବକ୍ତା ମନେ ଚେତାବନୀ ଦେଇଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍