ଆସିକା ପଞ୍ଚାୟତ ସମିତିର ଅଧ୍ୟକ୍ଷା ତ୍ରିବେଣୀ ନାହାକଙ୍କ ଅଧ୍ୟକ୍ଷତା ରେ ପଞ୍ଚାୟତ ସମିତି ର ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି।ବିଭିନ୍ନ ପଞ୍ଚାୟତ ର ଗ୍ରାମାଞ୍ଚଳ କୁ ପାନୀୟ ଜଳ ଯୋଗାଣ ସହ ପରିମଳ ବ୍ୟବସ୍ଥା ର ସଠିକ୍ ପରିଚାଳନା ନେଇ ଆହୂତ ବୈଠକ କୁ ବିଡ଼ିଓ ରୋଶନ ଶତପଥୀ ସଂଯୋଜନା କରିଥିଲେ। ସ୍ଥାନୀୟ ସାଂସଦ ପ୍ରମିଳା ବିଷୋୟୀ, ବିଧାୟିକା ମଞ୍ଜୁଳା ସ୍ଵାଇଁ,ଉପାଧ୍ୟାକ୍ଷା ଏସ ରେଶମା ଦୋରା, ତହସିଲଦାର ସଞ୍ଜୟ ସାମନ୍ତରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ସମିତି ଅନ୍ତର୍ଗତ୨୭ ଟି ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ଓ ଚାରି ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା ଯୋଗଦେଇ ନିଜ ନିଜ ପଞ୍ଚାୟତ ଓ ଅନ୍ତର୍ଭୂକ୍ତ ଗ୍ରାମ ରେ ପିଇବା ପାଣି ଓ ପରିମଳ ସମସ୍ୟା ର ବିବରଣୀ ଉପସ୍ଥାପନ କରିଥିଲେ। ଗୋଷ୍ଟୀ ଉନ୍ନୟନ ଅଧିକାରୀ ଶ୍ରୀ ଶତପଥୀ ରାଜ୍ୟସରକାରଙ୍କ ପ୍ରସ୍ତାବିତ ମହାନଦୀ ଓ ଜାନିବିଲି ମେଗା ଜଳ ପ୍ରକଳ୍ପ ରେ ଆସିକା ବ୍ଲକ ର ଗ୍ରାମାଞ୍ଚଳ ସାମିଲ ହୋଇଥିବା ନେଇ ସୂଚନା ପ୍ରଦାନ କରିଥିଲେ। ମହାନଦୀ ମେଗା ଜଳ ପ୍ରକଳ୍ପ ରେ ୨୦ ଟି ପଞ୍ଚାୟତ ଓ ଜାନିବିଲି ମେଗା ଜଳ ପ୍ରକଳ୍ପ ରେ ୩ ଟି ପଞ୍ଚାୟତ ଅଧିବାସୀ ପିଇବା ପାଣି ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ। ଆସନ୍ତା ଦୁଇ ମାସ ମଧ୍ୟରେ ମହାନଦୀ ଓ ଜାନିବିଲି ମେଗା ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାସହ୨୦୨୪ ମଧ୍ୟରେ କାର୍ଯ୍ୟ ଶେଷ ହେବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାରୁ ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ମାନେ ସହଯୋଗ କରି ନିଜନିଜ ଅଞ୍ଚଳ ର ଆବଶ୍ୟକତା ନେଇ ଚିଠା ପ୍ରସ୍ତାବ ଦେବା କୁ ପରାମର୍ଶ ଦେଇଥିଲେ।
Attachments area

