Read Time:1 Minute, 10 Second
ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ପଞ୍ଚୁଆଣି ନିକଟ ଆମ୍ବୁଆବାଡ଼ି ନିକଟରେ ଯୁବକ କୁ ଛୁରାମାଡ l ଗୁରୁତର ଯୁବକ ହେଲେ ସମଇଗୁଡା ଗାଁ ର ବିଶ୍ୱନାଥ ଗୌଡ଼ l ବିଶ୍ୱ ନାଥ ଓ ତାଙ୍କ ସମ୍ପକିୟ ଭାଇ ସହ ଏକ ବାଇକ ରେ ଶେରଗଡ଼ ଯାଉଥିବା ବେଳେ ପୁର୍ବ ଯୋଜନା କୁ ନେଇ ବିଶ୍ୱ ନାଥ ଓ ସମ୍ପ୍ରକିୟ ଭାଇ ଉପରେ ଲଙ୍କା ଗୁଣ୍ଡ ପକାଇ ବିଶ୍ୱ ନାଥ ର ପେଟ କୁ ଛୁରାମାଡ଼ କରିଥିଲେ l ଗୁରୁତର ବିଶ୍ୱନାଥ କୁ ଆସିକା ଓ ପରେ ବ୍ରହ୍ମପୁର ମେଡିକାଲ କୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇ ଥିବା ବେଳେ ଘଟଣା ସ୍ଥଳରେ ଆସିକା ପୋଲିସ ଓ ଶେରଗଡ଼ ପୋଲିସ ପଂହଁଚି ତଦନ୍ତ ଜାରି ରଖିଛି ପୋଲିସ l ଛୁରା ମାଡ଼ ର କାରଣ ଅସ୍ୱଷ୍ଟ ଥିବା ବେଳେ ପୁର୍ବ ଶତ୍ରୁତା କୁ ନେଇ ଛୁରା ମାଡ ହୋଇ ଥିବା ଜଣା ପଡିଛି l

