ଆସିକା ଆରାଧ୍ୟ ଦେବୀ ଖମ୍ବେଶ୍ବରୀଙ୍କ ବୈଶାଖୀ ଯାତ୍ରା ମହା ଆଡମ୍ବର ସହ ସମାପନ ହୋଇଛି।ଏହି ଅବସରରେ ରାତିସାରା ବାଦ୍ୟର ତାଳେ ତାଳେ ଝୁମିଲେ ଶ୍ରଦ୍ଧାଳୁ ଭକ୍ତ। ମନୋଜ୍ଞ ପରିବେଶ ମଧ୍ୟରେ ସୃଷ୍ଟି ହୋଇଥିବା ଯାତ୍ରା ରେ ଆସିକା ଦୁଲୁକିଲା ।ବିଭିନ୍ନ ପଟୁଆର ସହିତ. ବିଭିନ୍ନ ବେଶ ସାଙ୍ଗକୁ ବାଦ୍ୟଯନ୍ତ୍ର ମାଧ୍ୟମରେ ମାଆ ଖମ୍ବେଶ୍ବରୀଙ୍କ ନଗର ପରିକ୍ରମା କରାଯାଇଛି। ବାଦ୍ୟ ବଜଣର ତାଳେ ତାଳେ ଦଶ ଅବତାର, ମାଆ ଙ୍କ ବିଭିନ୍ନ ରୂପ,ବାଘଷଣ୍ଢ, ଘୋଡା ନୃତ୍ୟ ସାଙ୍ଗକୁ ବିଭିନ୍ନ ପଶୁମୁଖା ଆଦି ବେଶ ପଟୁଆର ଆଦି ସମସ୍ତଙ୍କ ମନକୁ ମୋହିତ କରିଥିଲା.ଆଜି ମାଆଙ୍କ ବୈଶାଖୀ ଯାତ୍ରା ଉପଲକ୍ଷେ ଦଶରୁ ଉର୍ଦ୍ଧ ନାଟକ ତଥା ବିଭିନ୍ନ ପୌରାଣିକ ନାଚ ମଞ୍ଚସ୍ଥ ହୋଇଥିଲା।.ରାମାୟଣ ମହାଭାରତ ସାଙ୍ଗକୁ ଭାରତଲୀଳା, ରାମଲୀଳା ,ପ୍ରହଲ୍ଲାଦ ନାଟକ ଆଦି ନାଚ ପରିବେଷଣ ହୋଇଥିଲା। ସେହିଭଳି ବିଶେଷ ଆକର୍ଷଣ ମଧ୍ୟରେ ହାଟ ଆମ୍ବପୁଅର ସାମାଜିକ ନାଟକ ପରିବେଷଣ. କରୋନା କଟକଣା ଯୋଗୁଁ ବନ୍ଧ ଥିଲା ମାଆ ଙ୍କ ଯାତ୍ରା. ଏହି ବର୍ଷ ବେଶ ଆଗ୍ରହ ସହକାରେ ମାଆଙ୍କ ବୈଶାଖୀ ଯାତ୍ରାରେ ବିଭିନ୍ନ ପଟୁଆର ସହିତ ଭକ୍ତଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହୋଇଥିବା ଜଣାପଡିଛି. ମାଆ ଙ୍କ ସମସ୍ତ ରୀତିନୀତିକୁ ପୂଜକ ମାନେ ବେଶ ନିଷ୍ଠାର ସହ ପାଳନ କରୁଥିବା ବେଳେ ଖମ୍ବେଶ୍ବରୀ ମନ୍ଦିର ସଭାପତି ତଥା ସମାଜସେବୀ ସତ୍ୟ ନାରାୟଣ ସ୍ୱାଇଁ ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ତଦାରଖ କରୁଥିବା ଦେଖିବାକୁ ମିଳିଥିଲା.
ଖମ୍ବେଶ୍ବରୀଙ୍କ ବୈଶାଖୀ ଯାତ୍ରା ସମାପନ:ରାତିସାରା ଝୁମିଲେ ଶ୍ରଦ୍ଧାଳୁ
Read Time:1 Minute, 57 Second

