Read Time:1 Minute, 12 Second
ଆସିକା(୧.୫) ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ହେଉଥିବା ଯାତ୍ରୀ ତଥା ବଟୋଇଙ୍କୁ ଆସିକା ବିଜୁ ଜନତା ଦଳର କର୍ମକର୍ତ୍ତା ମାନେ ବିଧାୟିକାଙ୍କୁ ଧରି ବିଭିନ୍ନ ଛକ ଓ ଜନଗହଳି ପୂର୍ଣ ସ୍ଥାନରେ ଘୋଳ ଦହି ଓ ଚଲହା ବଣ୍ଟନ କରିଥିଲେ।ଆସିକା ବିଜୁ ଛାତ୍ର ଜନତା ଦଳ ତରଫରୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛକ, ବିଜୁ ପଟ୍ଟନାୟକ ଛକ, କଲେଜ ଛକ ଓ ଚାରି ମଇଲ ଛକ ଠାରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଜଳଛତ୍ର ଷ୍ଟଲକୁ ଉଦଘାଟନ କରିଥିଲେ lଏହି ଜଳଛତ୍ର ଉଦ୍ଘାଘାଟନୀ କାର୍ଯ୍ୟକ୍ରମ ରେ ଏନ ଏ ସି ଅଧକ୍ଷା ବିନେତା ସ୍ୱାଇଁ, ଅନିମା ପରିଡା,ଦଳର ଛାମୁଆ ନେତା ନଚିକେତ ସ୍ୱାଇଁ, ଅଭିମନ୍ୟୁ ନାହାକ,ସତ୍ୟନାରାୟଣ ସ୍ୱାଇଁ,ଦିଲ୍ଲୀପ ପାଣିଗ୍ରାହୀ,ଭଗବାନ ସାହୁ,ମନୋଜ ଦୋରା, ଓ କର୍ମୀ ମାନେ ଜଳ ଛତ୍ର ପାଇଁ ସହଯୋଗ କରିଥିଲେ।ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ଯୁବନେତା ଓ କର୍ମୀମାନେ ଯୋଗଦେଇଥିଲେ।

