ବଦଳିଲେ ନିତି ଆୟୋଗ ଉପାଧ୍ୟକ୍ଷ । ସୁମନ କେ ବେରୀଙ୍କୁ ମିଳିଲା ଦାୟିତ୍ୱ ।

ବଦଳିଲେ ନିତି ଆୟୋଗ ଉପାଧ୍ୟକ୍ଷ । ସୁମନ କେ ବେରୀଙ୍କୁ ମିଳିଲା ଦାୟିତ୍ୱ ।

0 0
Read Time:1 Minute, 19 Second

ବଦଳିଲେ ନିତି ଆୟୋଗ ଉପାଧ୍ୟକ୍ଷ । ଉପାଧ୍ୟକ୍ଷ ପଦବୀରୁ ରାଜୀବ କୁମାରଙ୍କ ଇସ୍ତଫା ପରେ ନୂଆ ଉପାଧ୍ୟକ୍ଷ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର । ସୁମନ କେ ବେରୀଙ୍କୁ ନିତି ଆୟୋଗର ନୂଆ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ସେ ଆସନ୍ତା ମେ ୧ ତାରିଖରୁ କାର୍ଯ୍ୟଭାର ଗ୍ରହଣ କରିବେ । ସୁମନ କେ ବେରୀ ନୂଆଦିଲ୍ଲୀରେ ଥିବା ନ୍ୟାସନାଲ କାଉନସିଲ ଅଫ୍ ଆପ୍ଲାଏଡ ଇକୋନୋମିକ୍ ରିସର୍ଚ୍ଚର ନିର୍ଦ୍ଦେଶକ ଥିଲେ । ଏଥିସହ ସେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କାଉନସିଲର ସଦସ୍ୟ ଥିଲେ । ରିଜର୍ଭ ବ୍ୟାଙ୍କର ଷ୍ଟାଟିଷ୍ଟିକାଲ କମିଶନ ଥିଲେ । ରାଜୀବ କୁମାରଙ୍କ କାର୍ଯ୍ୟକାଳ ଚଳିତ ଏପ୍ରିଲ ୩୦ ତାରିଖରେ ଶେଷ ହେବାର ଥିଲା କିନ୍ତୁ ତା ପୂବରୁ ସେ ପଦବୀରୁ ଇସ୍ତଫା ଦେଇଛନ୍ତି  । ତାଙ୍କ ଇସ୍ତଫା ପତ୍ର ସରକାର ଗ୍ରହଣ କରିଛନ୍ତି । ସେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳିବେ । ରାଜୀବ କୁମାର ଜଣେ ପ୍ରଖ୍ୟାତ ଅର୍ଥନୀତିଜ୍ଞ ଥିଲେ ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ଦେଶ ବିଦେଶ ନ୍ୟୁଜ୍