ଓଡିଶା ମୋ ପରିବାର” ଆନୁକୂଲ୍ୟରେ , ସ୍ୱଚ୍ଛାକୃତ ରକ୍ତଦାନ ଶିବିର

ଓଡିଶା ମୋ ପରିବାର” ଆନୁକୂଲ୍ୟରେ , ସ୍ୱଚ୍ଛାକୃତ ରକ୍ତଦାନ ଶିବିର

0 0
Read Time:1 Minute, 22 Second

କଟକ : ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଓରତି କୈଳାଶ ମଣ୍ଡପ ଠାରେ ଏକ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ବରିଷ୍ଠ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦେଶ କ୍ରମେ ଏହି ଜୀବନବିନ୍ଦୁ କାର୍ଯ୍ୟକ୍ରମ ଏକ ସଫଳ ରୂପାୟନ ନେଇଛି । କାରଣ , ବିଜୁ ଜନତା ଦଳ କର୍ମୀ , ଯୁବକଙ୍କ ସହିତ , ସାଧାରଣ ଜନତା ମଧ୍ୟ ଉତ୍ସାହିତ ହୋଇ ରକ୍ତଦାନ କରିଛନ୍ତି । ନିଶ୍ଚିନ୍ତକୋଇଲି ବିଜୁ ଜନତା ଦଳର ସଭାପତି ତଥା ବୁହାଳ ସରପଞ୍ଚ ରମାକାନ୍ତ ମହାନ୍ତି , ମାନ୍ୟବର ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିନିଧି ଗିରିଶ ମହାପାତ୍ର ଙ୍କ ତତ୍ୱାବଧାନରେ ଆୟୋଜନ କାର୍ଯ୍ୟକ୍ରମରେ ଜ୍ୟୋତି ପ୍ରକାଶ ସ୍ୱାଇଁ , ଜିଲ୍ଲାପରିଷଦ ଭୂପତି ଭୂଷଣ ଷଣ୍ଢ ଙ୍କ ସମେତ ବିଜୁ ଜନତା ଦଳର ଅନେକ ଯୁବକ ବନ୍ଧୁ ସହଯୋଗ କରିଥିଲେ ଓ ସେମାନଙ୍କ ମଧ୍ୟରୁ ଅନେକ ମଧ୍ୟ ରକ୍ତ ଦାନ କରିଛନ୍ତି ବୋଲି ସୂଚନା ମିଳିଛି । ଉକ୍ତ ରକ୍ତଦାନ ଶିବିରରେ ପ୍ରାୟ ତିନିଶହ ୟୁନିଟ ରକ୍ତ ସଂଗ୍ରହ ହୋଇପାରିଛି ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ନ୍ୟୁଜ୍ ସ୍ପେଶାଲ୍ ରିପୋର୍ଟ ସ୍ୱାସ୍ଥ୍ୟ