ଧରାକୋଟ ରେ ନୂଆଁ ବି ଡି ଓ ଙ୍କ ଦାୟିତ୍ୱ ଗ୍ରହଣ

ଧରାକୋଟ ରେ ନୂଆଁ ବି ଡି ଓ ଙ୍କ ଦାୟିତ୍ୱ ଗ୍ରହଣ

0 0
Read Time:1 Minute, 54 Second


…………………………
ଧରାକୋଟ,14/10/26
ଦୀର୍ଘ ଛଅ ମାସ ଧରି ଖାଲି ପଡିଥିବା ଧରାକୋଟ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦବୀ ପୂରଣ ହୋଇଛି । ଏଠାରେ କାର୍ଯ୍ୟରତ ବି ଡି ଓ ସଂଗ୍ରାମ କେଶରୀ ଜେନା ଗତ ଏପ୍ରିଲ ମାସରେ ଅବସର ଗ୍ରହଣ ପରେ ଶେରଗଡ ବି ଡି ଓ ତୃପ୍ତିମୟୀ ଜେନା ଧରାକୋଟ ର ଅତିରିକ୍ତ ଦାୟିତ୍ୱ ତୁଲାଇ ଆସୁଥିଲେ । ଯାହା ଫଳରେ ବ୍ଲକ ପ୍ରଶାସନ ଏକ ରକମ କୋମା ଅବସ୍ଥାକୁ ଚାଲି ଆସିଥିଲା । ସଂପ୍ରତି ମାଲକାନଗିରି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବରେ ଅବସ୍ଥାପିତ ଥିବା ଶ୍ରୀମତୀ ଲିପିନା ଦାସ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ନୂତନ ବି ଡି ଓ ଭାବରେ ବୁଧବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ଆଜି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଭାରପ୍ରାପ୍ତ ଏ ବି ଡି ଓ ସୁଶାନ୍ତ କୁମାର ପାତ୍ର,ସହକାରୀ ନିର୍ବାହୀ ଯନ୍ତ୍ରୀ ଜ୍ଞାନ ରଞ୍ଜନ ପ୍ରଧାନ, ସହକାରୀ ଯନ୍ତ୍ରୀ ପି କେ ନାହାକ, ପି ଏମ ସାହୁ,ପ୍ରମୋଦ କୁମାର ଶତପଥୀ,ସହକାରୀ ଯନ୍ତ୍ରୀ ଚିନ୍ମୟୀ ରାଉତ,ସି ପି ଲମ୍ବୋଦର ଗୌଡ, ବି ପି ସି କୃଷ୍ଣକାନ୍ତ ପଣ୍ଡା, ଏ ପି ଓ ନନ୍ଦିନୀ ଦାସ ପ୍ରମୁଖ ସାକ୍ଷାତ କରି ଶୁଭେଛା ଜଣାଇଥିଲେ । ଏହି ଅବସରରେ ଧରାକୋଟ ପ୍ରେସ କ୍ଲବ ତରଫରୁ ନୂତନ ବି ଡି ଓ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା । ନିଜ ବକ୍ତବ୍ୟରେ ବ୍ଲକ ପ୍ରଶାସନ କୁ କର୍ମତତ୍ପର କରାଯିବା ସହ ସରକାରୀ ଯୋଜନା ଗୁଡିକର ଲାଭ ଯେପରି ସାଧାରଣ ଲୋକ ପାଇବେ ସେଦିଗରେ ପ୍ରାଥମିକତା ଦିଆଯିବ ବୋଲି ପ୍ରକାଶ କରିଥିଲେ ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Uncategorized