ଆସିକା ବିଭିନ୍ନ ଶକ୍ତି ପୀଠରେ ଦେବୀ ଚନ୍ଦ୍ରଘଣ୍ଟା ରୂପେ ପୂଜିତ

ଆସିକା ବିଭିନ୍ନ ଶକ୍ତି ପୀଠରେ ଦେବୀ ଚନ୍ଦ୍ରଘଣ୍ଟା ରୂପେ ପୂଜିତ

0 0
Read Time:2 Minute, 10 Second


ଆସିକା ର ଆରାଧ୍ୟ ଦେବୀ ଖମ୍ବେଶ୍ଵରୀ ଏବଂ ଆଖ ପାଖର ବିଭିନ୍ନ ଶକ୍ତି ପୀଠ ମାନଙ୍କ ରେ ଦେବୀଙ୍କୁ ଚନ୍ଦ୍ରଘଣ୍ଟା ରୂପରେ ପୂଜା କରାଯାଇଛି l ଶାରଦୀୟ ନବରାତ୍ର ପୂଜା ଅବସରରେ ପ୍ରାତଃ ସମୟରୁ ଦେବୀଙ୍କ ମନ୍ଦିର ମାନଙ୍କ ରେ ଦ୍ୱାର ଫିଟା, ଅବକାଶ, ମଇଲମ, ମଙ୍ଗଳାଆରତୀ ପରେ ପୂଜକ ମାନଙ୍କ ଦ୍ୱାରା ସ୍ୱତନ୍ତ୍ର ବେଶ ରେ ସୁ ସୁସଜ୍ଜିତ କରିଥିଲେ l ପଣ୍ଡିତ ମାନଙ୍କ ଦ୍ୱାରା ସୂର୍ଯ୍ୟ ପୂଜା, ଗ୍ରହ ପୂଜା, ମାତୃପୂଜା, ସପ୍ତଚଣ୍ଡୀ ପାଠ, ଷୋଡଶ ପୂଜା, ପାଶ୍ୱ ଦେବତା ପୂଜନ, ନବଦୁର୍ଗା ପୂଜନ, ମାନସଉପଚାର ପୂଜା, ବାହ୍ୟ ପୀଠ ପୂଜନ, ଦେବୀ ପୀଠରେ ଶକ୍ତି ପୂଜନ, ରାଜ ଉପଚାର ପୂଜା, ଆବରଣ ପୂଜା, ଷୋଡଶ ଉପଚାର ପୂଜା, ଆରତୀ, ହବନ, ପୁଷ୍ପାଞ୍ଜଳି, ଆଦି ରୀତିନୀତି ଅନୁସାରେ ପୂଜନ କାର୍ଯ୍ୟ ସମାପନ ହୁଏ l ଆସିକା ଜନପଦର ବ୍ରାହ୍ମଣ, କ୍ଷେତ୍ରୀୟ, ବୈଶ୍ୟ, ଶୁଦ୍ର ଜାତି ର ଆବାଳବୃଦ୍ଧ ଠାରୁ ଆରମ୍ବ କରି ଶିଶୁ ମାନଙ୍କ ସୁସ୍ଥ ଆରୋଗ୍ୟ, ଧନ ସମ୍ପତି ପ୍ରାପ୍ତି, ଗୋ ସମ୍ପଦ, ଚାଷ, ବାଣିଜ୍ୟ ବୃଦ୍ଧି, ଅଂଚଳ ର ଶାନ୍ତି ବିଧାନ କରି ବିଭିନ୍ନ ଶକ୍ତି ପୀଠ ମାନଙ୍କ ରେ ରୀତିନୀତି ପୂଜା ଚାଲୁଛି l ଆସ୍କା ଦଣ୍ଡ କାଳୀ ମନ୍ଦିର, ତାଳୁକା ବୈଷ୍ଣମଦେବୀ, ହାଟପଦା ଶ୍ୟାମାକାଳୀ ମନ୍ଦିର, ବାସଷ୍ଟାଣ୍ଡ ଠାରେ ପୂଜା ପାଉଥିବା ମା ବୁଢ଼ୀ ଠାକୁରାଣୀ ମନ୍ଦିର, ବଜାର ସାହି ତ୍ରିବି୍ଧେଶ୍ୱର ମନ୍ଦିରରେ ମା ପାର୍ବତୀଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଜମୁଛି l ପୂଜା କମିଟି ପକ୍ଷରୁ ମନ୍ଦିର କୁ ସୁନ୍ଦର ଆଲୋକରେ ସୁ ସଜ୍ଜିତ କରାଯାଇଛି l ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ନିମନ୍ତେ ପେଟ୍ରୋଲିଂ ବ୍ୟବସ୍ତା କଡାକଡି କରାଯାଇଛି l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Uncategorized