ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

0 0
Read Time:2 Minute, 41 Second



ଋଷିକୁଲ୍ୟା ନଦୀକୁ ଗଙ୍ଗା ନଦୀ ଠାରୁ ପବିତ୍ର ଓ ପୁରାତନ ମନେ କରାଯାଏ । କନ୍ଧମାଳ ଜିଲ୍ଲାର ଋଷୀମାଳ ପର୍ବତରୁ ଏହା ଜନ୍ମନେଇ ଗଞ୍ଜାମ ଜିଲ୍ଲାର ସୋରଡା,ଧରାକୋଟ,ଆସିକା,ହିଞ୍ଜିଳି,ପୁରୁଷୋତ୍ତମପୁର ବ୍ଲକ ପରେ ଗଞ୍ଜାମ ବ୍ଲକ ଦେଇ ବଙ୍ଗୋପ ସାଗରରେ ମିଶିଛି । ଗଞ୍ଜାମ ଜିଲ୍ଲାର ପିଇବା ପାଣି,ଜଳସେଚନ ରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। ଏଣୁ ଏହାକୁ ଗଞ୍ଜାମ ଜିଲ୍ଲାର ଜୀବନରେଖା କୁହାଯାଏ। ସଂପ୍ରତି ସର୍ବ ପୁରାତନ ନଦୀ ଋଷିକୁଲ୍ୟା ଏବେ ବିପଦରେ । ଦିନକୁ ଦିନ ନଦୀର ଗର୍ଭ ପୋତି ହୋଇଗଲାଣି। ବର୍ଷା ଦିନେ ନଦୀର ବନ୍ୟାଜଳ ଦୁଇ କୂଳ ଖାଇବା ଯୋଗୁ ଧୀରେ ଏହା ଜନବସତି ଆଡ଼କୁ ମାଡି ଯାଉଥିବା ଦେଖାଯାଉଛି । ଅନୁସନ୍ଧାନ ବେଳେ ଦେଖାଯାଇଛି ନଦୀର ଗର୍ଭ କାଶତଣ୍ଡୀ ସହ ବିଭିନ୍ନ ଲତା ଜାତୀୟ ଗୁଲ୍ମ ରେ ଭରପୁର ହେଲାଣି । ଅନ୍ୟ ପକ୍ଷରେ ବେଲଗାମ ଭାବରେ ବାଲି ଖନନ ଯୋଗୁଁ ନଦୀ ସ୍ଥାନେ ସ୍ଥାନେ ଗତିପଥ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହେଲାଣି । ଏହା ମଧ୍ୟରେ ଭଞ୍ଜନଗର ଜଳସେଚନ ବିଭାଗ ପକ୍ଷରୁ ଦୁର୍ବଳ ନଦୀ ହିଡ଼ର ନିର୍ମାଣ ପାଇଁ ପ୍ରକ୍ରିୟା ଜାରି ରହିଛି। ସେହିପରି ବିଭାଗ ପକ୍ଷରୁ ସୋରଡା ବ୍ଲକର ପିପଳ ପଙ୍କା,ଧରାକୋଟ ବ୍ଲକର ଜାନବିଲି ଓ ଛତ୍ରପୁର ବ୍ଲକର କଂସାରୀଗଣ୍ଡ ଠାରେ ଜିଲ୍ଲାର ଜଳସେଚନ ଓ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ନୂତନ ବ୍ୟାରେଜ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନଦୀ ଭିତରେ ମାଇଲ ମାଇଲ ଧରି କାଶତଣ୍ଡୀ ବଂଶ ବିସ୍ତାର କରିବାରେ ଲାଗିଛି। ନିଜର ସୌନ୍ଦର୍ଯ୍ୟରେ ଲୋକଙ୍କୁ ଆକର୍ଷିତ କରିବା ସହ ପାର୍ବଣ ଆଗମନର ସୂଚନା ଦେଉଥିବା କାଶତଣ୍ଡୀ ଋଷିକୁଲ୍ୟା ପାଇଁ ଅଭିଶାପ ପାଲଟିଥିବା ଦେଖା ଦେଇଛି। କାଶତଣ୍ଡୀ ର ବଂଶ ବିସ୍ତାର ନଦୀର ସୁରକ୍ଷା ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନଦୀର ସୁରକ୍ଷା ପାଇଁ କାଶତଣ୍ଡୀ ହଟାଇବା ଜରୁରୀ ହୋଇପଡିଥିବା ବେଳେ ଏହାର ଶୁଭ୍ରତା ପାର୍ବଣ ଋତୁ ଆଗମନର ସୂଚନା ଦେଉଛି । ଏଣୁ ବନ୍ୟା ନିୟନ୍ତ୍ରଣ ପାଇଁ ଜଳସେଚନ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ