ଓଡିଶାର ଏକ ମାତ୍ର ଆୟୁର୍ବେଦିକ ଔଷଧ କାରଖାନା ଗଞ୍ଜାମ ଜିଲ୍ଲା ଆସିକାରେ ଅବସ୍ଥିତ l ଗତ କିଛିବର୍ଷ ହେଲା ଏହି ଉତ୍କଳ ଆୟୁର୍ବେଦିକ ସମବାୟ ଫର୍ମାସୀ ଲିଃ ରେ ଔଷଧ ପ୍ରସୂତି ଏବଂ ବିକ୍ରି ବଟା ବନ୍ଦ ରହିଥିବା ଶୁଣିବାକୁ ମିଳୁଛି l ଏଣୁ ଏହି ଫର୍ମାସୀ ରେ କାର୍ଯ୍ୟରତ ୧୦ ରୁ ଉର୍ଦ୍ଧ କର୍ମଚାରୀ ସେମାନଙ୍କ ପରିବାର ଚଳାଇବା କଷ୍ଟକର ହୋଇଗଲାଣି l ଏହି ଫାର୍ମାସୀ ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ପ୍ରାୟ ୧୫ ମାସରୁ ଉର୍ଦ୍ଧ ସମୟ ଧରି ଦରମା ମିଳିନଥିବା ଶୁଣିବାକୁ ମିଳୁଛି l ଉତ୍କଳ ଆୟୁର୍ବେଦିକ ଫର୍ମାସୀ ଲିଃ ରେ ଗତ ୨୦୧୯-୨୦ ଏବଂ ୨୦୨୦-୨୧ ମସିହାରେ 0୪ ଲକ୍ଷ ୩୧ ହଜାର ୪୯୫ ଏବଂ ୨୫ ହଜାର ୫0୨ ଟଙ୍କା ର ଔଷଧ ଘୋଟଲା ହୋଇଥିବା ଖବର ନିର୍ବାଚିତ ପରିଚାଳନା ପରିଷଦ ବୋର୍ଡ ର ସଭାପତି ୨୦୨୩ ରେ ଜାଣିବାକୁ ପାଇଥିଲେ l ଏହି ଔଷଧର ହିସାବ ତାଳ ମେଳ ନହେବାରୁ ଦାୟିତ୍ୱ ରେ ଥିବା ତତ କାଳୀନ ସମ୍ପାଦକ ଙ୍କୁ ପତ୍ର ସଂଖ୍ୟା ୧୨୧ ତାରିଖ ୧୨-୦୪-୨୩ ଏବଂ ୧୩୦/ତାରିଖ ୧୯/୦୪/୨୩ ରେ କାରଣ ଦର୍ଶାଅ ନୋଟିସ ମାଗିଥିଲେ l ଏହି ପତ୍ର ପାଇବା ର ୦୭ ଦିନ ମଧ୍ୟରେ ଉତ୍ତର ରଖିବାକୁ ସଭାପତି ତାଙ୍କ ଅଫିସ ଅଡର ରେ ପ୍ରକାଶ କରିଥିଲେ l ଏହାକୁ ଆଧାର କରି ତତକାଳୀନ ସମ୍ପାଦକ ଏହି ଉତ୍ତର ୧୭/୦୪/୨୩ ରେ ପରିଚାଳନା ପରିଷଦ ର ସଭାପତି ଙ୍କ ନିକଟରେ ରଖିଥିଲେ l ସେତେବେଳେର ପରିଚାଳନା ସଭାପତି ଏହି ଉତ୍ତର ରେ ସନ୍ତୋଷ ଜନକ ନହୋଇ ତଦନ୍ତ ପାଇଁ ପରିଚାଳନା ପରିଷଦ ର ନିର୍ଦ୍ଦେଶକ ଙ୍କୁ ସୁପାରିଶ କଲେ l ଏହି ତଦନ୍ତ ସମୟରେ ଆସୁନୁରୂପକ ଭାବେ ଉତ୍ତର ନମିଳିବାରୁ ପରିଚାଳନା କମିଟି ର ସଭାପତି ୨୨/୦୫/୨୩ ପରିଚାଳନା ପରିଷଦ ବୈଠକ ରେ ଔଷଧ ର ସଠିକ ହିସାବ ନଦେବା କାରଣ ରୁ ସମ୍ପାଦକଙ୍କୁ ବହିଷ୍କାର କରିଥିଲେ ବୋଲି ଏହାର ନକଲ ସମସ୍ତଙ୍କୁ ପ୍ରେରଣ କରିଥିଲେ l ଅନୁଷ୍ଠାନ ର ସର୍ବୋଚ୍ଚ ହିତ ଦୃଷ୍ଟିରୁ ଉତ୍କଳ ଆୟୁର୍ବେଦିକ ସମବାୟ ଫର୍ମାସୀ ଲିଃ ସଭାପତି ୨୪/୦୫/୨୩ ତାରିଖ ଦିନ ଅଫିସ ଅଡର ବହିସ୍କୃତ ସମ୍ପାଦକ,ସେତେବେଳର ଦାୟିତ୍ୱ ରେ ଥିବା ସମ୍ପାଦକ,ନିବନ୍ଧକ, ରାଜ୍ୟ ସମବାୟ ବିଭାଗ,ନିର୍ଦ୍ଦେଶକ ଆୟୁଷ,ଡି ଆର ସି ଏସ, ବ୍ରହ୍ମପୁର ଏ ଆର ସି ଏସ ଆସିକାକୁ ଅବଗତ କରାଇଥିଲେ l ଏହି ଅଫିସ ଅର୍ଡର କୁ ଦୀର୍ଘ ଦୁଇ ବର୍ଷ ବିତି ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ହୋଇ ପାରିଲା ନାହିଁ l ଅନୁଷ୍ଠାନ ର ୦୪ ଲକ୍ଷ ୫୬ ହଜାର ୯୯୭ ଟଙ୍କା ର ଔଷଧ ହିସାବ ମିଳିଲା ନାହିଁ କି ହରିଲୁଟ କରିଥିବା ବ୍ୟକ୍ତି ବିରୋଧ ରେ ବିହିତ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି l
ଉତ୍କଳ ଆୟୁର୍ବେଦିକ ଫର୍ମାସୀର ବହିଷ୍କୃତ ସମ୍ପାଦକଙ୍କ କେବେ ଖୋଲିବ ଗୁମର ପେଢ଼ି
Read Time:3 Minute, 22 Second

