କେବେ ହେବ ଆସିକା ଚିନିକଳ ରେ ଇଥାନାଲ ପ୍ଲାଣ୍ଟ ଓ ଟାକ୍ସ ଫୋର୍ସ କମିଟି ଗଠନ 

କେବେ ହେବ ଆସିକା ଚିନିକଳ ରେ ଇଥାନାଲ ପ୍ଲାଣ୍ଟ ଓ ଟାକ୍ସ ଫୋର୍ସ କମିଟି ଗଠନ 

0 0
Read Time:3 Minute, 39 Second

ଗଞ୍ଜାମ ଜିଲ୍ଲା ର ଏକ ମାତ୍ର ଚିନିକାରଖାନା ହେଉଛି ଆସିକା ସମବାୟ ଚିନିଶିଳ୍ପ ନୂଆଗାଁ l ଭାରତ ସ୍ୱାଧୀନତା ପରଠାରୁ ଆସିକା ରେ ଗତ ୧୯୫୬ ମସିହାରେ ଚିନିକାରଖାନା ସ୍ଥାପନ ହୋଇ ୧୯୬୩ ରେ କାର୍ଯ୍ୟକ୍ଷମ ହୋଇଆସୁଛି l ବର୍ତମାନ ସର୍ବ ପୁରାତନ ଆସିକା ଚିନିକାରଖାନା ର ବହୁ ବିଧ ସମସ୍ୟା ଲାଗି ରହିଛି l ବର୍ତମାନ ରାଜ୍ୟରେ ବିଜେପି ସରକାର ଆସିଲା ପରେ ଏହାର ପୁନଃ ଉଦ୍ଧାର ନିମନ୍ତେ ଗତ ୧୦/୧୨/୨୪ ତାରିଖ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଅଧକ୍ଷତା ରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ,ଅବକାରୀ ଏବଂ ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ,ହସ୍ତତନ୍ତ୍ର ମନ୍ତ୍ରୀ ପ୍ରଦୀପ ବଳ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ,ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ ସଚିବ ଅନୁ ଗର୍ଗ,ଅତିରିକ୍ତ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ବିଧାୟକ ସରୋଜ କୁମାର ପାଢ଼ୀ ଏବଂ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ପ୍ରମୁଖ ଉପସ୍ଥିତ ରହି ଏକ ବୈଠକ ହୋଇଥିଲା l ସେଠାରେ ନିଷ୍ପତି ନିଆଯାଇଥିଲା ଏହି ଚିନି କାରଖାନା ର ସମ୍ପୂର୍ଣ ପୁନଃ ଉଦ୍ଧାର ନିମନ୍ତେ ଏକ ଟାକ୍ସ ଫୋର୍ସ କମିଟି ଗଠନ କରି ଏହାର ଉନ୍ନତି ଉପରେ ଗୁରୁତ୍ୱ ଦେବେ ବୋଲି l ଏହି ବୈଠକ ସାରିବା ର ୦୬ ମାସ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ଟାସ୍କ ଫୋର୍ସ କମିଟି ହୋଇଥିବା ସମବାୟ ବିତ ମାନେ ଜାଣି ପାରିଲେ ନାହିଁ l ଏହି ଚିନି କାରଖନା କୁ ଏକ ମଲ୍ଟି ପରପଜ ଶିଳ୍ପ ପାଇଁ ପରିଚାଳନା ପରିଷଦ ପକ୍ଷରୁ ଅନୁରୋଧ କରାଯାଇଥିଲା l ଗଞ୍ଜାମ ଜିଲ୍ଲା ର ଦାଦନ ଶ୍ରମିକ ରୋକିବା ସହ ଚିନି ଶିଳ୍ପ ର ବିକାଶ ପାଇଁ କାରଖାନା ମଧ୍ୟରେ ଏକ ଇଥାନାଲ ପ୍ଲାଣ୍ଟ ପାଇଁ ରାଜ୍ୟ ସରକାର ଙ୍କୁ ଅନୁରୋଧ କରାଯାଇଥିଲା l ତାହା ମଧ୍ୟ ଫାଇଲ ତଳେ ପଡି ରହିଲା l ଏହାର କାର୍ଯ୍ୟକ୍ରମ ଆଗକୁ ବଢିଲା ନାହିଁ l ଏଠାରେ କାର୍ଡ ବୋର୍ଡ ତିଆରି, ପାଣି ଫେକ୍ଟ୍ରି ଭଳି ଅନେକ ଛୋଟ ଛୋଟ ପେକ୍ଟ୍ରି ଗଢି ଉଠିଲେ ଶିଳ୍ପ ର ବିକାଶ, ଶ୍ରମିକ ନିଯୁକ୍ତି, ରୋଜଗାର ବୃଦ୍ଧି, ଅଞ୍ଚଳ ର ଗମନା ଗମନ ଠାରୁ ଆରମ୍ଭ କରି ଅନେକ କ୍ଷେତ୍ରରେ ଅଗ୍ରଗତି ହୋଇ ପାରିଥାନ୍ତା l ରାଜ୍ୟ ସରକାର ଦକ୍ଷିଣ ଓଡିଶା ର ବିକାଶ କହୁଛନ୍ତି l ଜିଲ୍ଲା ରେ ଦୁଇ ମନ୍ତ୍ରୀ, ୧୧ ବିଧାୟକ, ୦୨ ସାଂସଦ ରହିଥିଲେ ମଧ୍ୟ ଆସିକା ଚିନି କାରଖାନା ପ୍ରତି କାହିଁକି କେଜାଣି ସରକାରଙ୍କ ବୈମାତୃକ ମନ ଭାବ ଜଣାପଡ଼ୁନାହିଁ l ରାଜ୍ୟ ସରକାରଙ୍କ ଉପରେ ଅଞ୍ଚଳବାସି, ଶ୍ରମିକ ମାନଙ୍କ ପରିବାର, ବୁଦ୍ଧିଜୀବୀ ଏବଂ ସମବାୟ ବିତ ମାନେ ବିଶ୍ୱାସ ଓ ଭରସା ରଖିଛନ୍ତି l ରାଜ୍ୟ ସରକାର ଏବଂ ନିର୍ବାଚିତ ପ୍ରତିନିଧି ମାନେ ଆମ ଦକ୍ଷିଣ ଓଡ଼ିଶାର ଏକ ମାତ୍ର ଚିନି ଶିଳ୍ପ ର ଟାସ୍କ ଫୋର୍ସ ଗଠନ ସହ ଇଥାନାଲ ପ୍ଲାଣ୍ଟ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବୀ ହେଉଛି l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ