ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ 

ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ 

0 0
Read Time:3 Minute, 47 Second

ଆସିକା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁବାଷ ସେନାପତି, ବିଧାୟକ ପ୍ରତିନିଧି ସମ୍ବିତ କୁମାର ପାଢ଼ୀ , ଦକ୍ଷିଣ ପୂର୍ବ ସମ୍ଭାଗ ର ସମ୍ପାଦକ ଦୀପକ କୁମାର ମହାରଣା,ଦକ୍ଷିଣ ପୂର୍ବ ସମ୍ଭାଗ ର ନିରୀକ୍ଷକ ସରୋଜ କୁମାର ପଟନାୟକ, ଶିଶୁ ମନ୍ଦିର ର ସମ୍ପାଦକ ପ୍ରସନ୍ନ କୁମାର ପ୍ରଧାନ,ଶିଶୁ ବିଦ୍ୟାମନ୍ଦିର ପ୍ରଧାନଗୁରୁଜୀ ସୁନୀଲ କୁମାର ଗୌଡ଼, ପ୍ରମୁଖ ଉପସ୍ଥିତ ଥିଲେ l ଏହି ଜ୍ଞାନ ବିଜ୍ଞାନ ମେଳା ରେ ହିଞ୍ଜିଳିକାଟୁ, କବିସୂର୍ଯ୍ୟନଗର, ମୁଣ୍ଡମରାଇ, ପୁରୁଷୋତ୍ତମ, କଂକୋରଡ଼ା, ଶିକିରି, କୁକୁଡାଖଣ୍ଡି ବିଦ୍ୟାଳୟରୁ ୪୫୦ ଜଣ ଶିଶୁ ଭାଇ ଭଉଣୀ ମାନେ ଉପସ୍ଥିତ ଥିଲେ l  ଆମ ଚାରିପଟେ ଥିବା ଖାଦ୍ୟ ବସ୍ତ୍ର, ବାସଗୃହ, ଖଣିଜପଦାର୍ଥ, ଓ ପ୍ରାକୃତିକ ସମ୍ପଦ ଗୁଡିକ ଜନ ସଂଖ୍ୟା ବୃଦ୍ଧି ହେତୁ ସାରିବାକୁ ଆସିଲାଣି l ଆମେ ମାନେ ଏବେ ଠାରୁ ଏହାର ସୁରକ୍ଷା ଏବଂ ସଂଚୟ ଉପରେ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ବକ୍ତା ମାନେ ମତ ରଖିଥିଲେ lଶିଶୁ ମାନେ ଜଣେ ବୈଜ୍ଞାନିକ ହେବା ର ସ୍ବପ୍ନ ଦେଖିବା ଆବଶ୍ୟକ l   ଶିଶୁ ମାନଙ୍କ ପାଖରେ ଥିବା ଲୁକାୟିତ ଅନ୍ତର ନିହିତ ଶକ୍ତିକୁ ଏବେ ଠାରୁ ଜାଗ୍ରତ କରିବା ଆବଶ୍ୟକ l ଆଗକୁ ଅଳ୍ପ ଦିନ ମଧ୍ୟରେ ବୈଜ୍ଞାନିକ ସ୍ବପ୍ନ କୁ ପରିପ୍ରକାଶ କରିବା ହେଉଛି ଏହାର ପ୍ରୟାସ l ଶିଶୁ ବିଦ୍ୟା ମନ୍ଦିର ରେ ପାଠ ପଢା ସହ ଏଭଳି କାର୍ଯ୍ୟକ୍ରମ କରି ପିଲାମାନଙ୍କୁ ଉତ୍ସlହିତ କରାଯାଇଥlଏ l ଏହି ଜ୍ଞାନ ବିଜ୍ଞାନ ରେ ମୋଟ ଦ୍ୱିତୀୟ ଶ୍ରେଣୀ ଠାରୁ ଦଶମ ପାଠ ପଢ଼ୁଥିବା ଶିଶୁ ମାନେ ଅଂଶ ଗ୍ରହଣ କରିପାରିବେଲେ l ମୋଟ ୪୫୦ ଜଣ ଛାତ୍ର, ଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି l ମୋଟ ୦୯ ଗୋଟି ପ୍ରକଳ୍ପ, ପତ୍ର ବାଚନ, ପ୍ରୟୋଗ, କଥା କଥନ, ମୃତ୍ତିକା, ଗଣିତ ପ୍ରଶ୍ନ ମଞ୍ଚ, ବିଜ୍ଞାନ ପ୍ରଶ୍ନ ମଞ୍ଚ, ସଂସ୍କୃତି ଜ୍ଞାନ ଉପରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ହିଞ୍ଜିଳି କାଟୁ ଶିଶୁ ମନ୍ଦିର ର ପ୍ରଧାନ ଗୁରୁଜୀ ଚଣ୍ଡୀ ପ୍ରସାଦ ବେହେରା, କବିସୂର୍ଯ୍ୟନଗର ର ପ୍ରଧାନ ଗୁରୁଜୀ ଦାଶରଥି ସ୍ୱାଇଁ, ମୁଣ୍ଡମରାଇ ରୁ ମହେଶ୍ୱେର ସ୍ୱାଇଁ, ପୁରୋଷୋତ୍ତମ ପୁର ରୁ ନିରଞ୍ଜନ ଡାକୁଆ, କଙ୍କୋରଡା ରୁ ସୋମନାଥ ପୋଲାଈ, ଶିକିରି ରୁ ସରୋଜ ସାହୁ, କୁକୁଡାଖଣ୍ଡି ର ପ୍ରଧାନଶିକ୍ଷୟତ୍ରୀ ଇ ଉର୍ମିଳା ପ୍ରମୁଖ ନିଜ ନିଜ ଛାତ୍ର ଛାତ୍ରୀ ମାନଙ୍କୁ ଧରି ଆସିଥିଲେ lକାର୍ଯ୍ୟକ୍ରମ କୁ ଚିତ୍ରସେମ ପାତ୍ର, କୃତିବାସ ମହାପାତ୍ର, ପ୍ରଭାସ ସାହୁ, ଗୀତାଞ୍ଜଳୀ ପଟନାୟକ, ଗୀତାଞ୍ଜଳୀ ସାବତ, ଅନିତା ତ୍ରିପାଠୀ,ଲିପ୍ସା ଦୋରା, ରବୀନ୍ଦ୍ର ସାହୁ, କୃତିବାସ ମହାପାତ୍ର, ରାଜାରାମ ଦାଶ, ସମେତ ସମସ୍ତ ଗୁରୁମା, ଗୁରୁଜୀ ମାନେ ସହଯୋଗ କରୁଥିଲେ l 

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ଶିକ୍ଷା