ଆସିକା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ତିନି ଦିନିଆ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଉପରେ ଆଧାରିତ ପ୍ରୟୋଗ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ଆସିକା ସରକାରୀ ବାଳିକା ହାଇସ୍କୁଲ ଠାରେ ଆୟୋଜିତ ଏହି ତାଲିମ ଶିବିର ରେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଅମ୍ରିତା ପଟନାୟକ, ବ୍ଲକ ଶିକ୍ଷା ଅଧିକାରୀ ମୁନ ରାଣୀ ମହାନ୍ତି, ଏବିଇଓ ଭାଗିରଥି ପାତ୍ର,ବିଭୁ ଆନନ୍ଦ ପଣ୍ଡା, ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ମିନତୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ଏହି ତିନିଦିନ ପ୍ରଶିକ୍ଷଣ ମଧ୍ୟରେ ତାଲିମ ଦାତା ଶୁଭେନ୍ଦୁ ଶେଖର ଜେନା, ସନ୍ତୋଷିନୀ ମୁନି, ଜଗନ୍ନାଥ ଦାଶ, ଅର୍ଚନା ବେହେରା, କାଳୁ ଚରଣ ଲେଙ୍କା, ସମୀର ନାୟକ, ସରୋଜ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ୧୦୨ ଜଣ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଦୁଇ ଗୋଟି ବ୍ୟାଚ ରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ଏଥିରେ ପିଲାମାନଙ୍କ ଉନ୍ନତି,ଛାତ୍ର ଛାତ୍ରୀ ମାନଙ୍କ ବିକାଶାତ୍ମକ ଲକ୍ଷ ଓ ଶିକ୍ଷଣ ଦକ୍ଷତା ଅଭିବୃଦ୍ଧି, ପିଲାମାନେ ଗଣିତ କଳିକା ଆନ୍ଦୋଳନ ପଢିବା ଦ୍ୱାରା ଗଣିତ କିଟ ର ବ୍ୟବହାର,ଯାଦୁ ପେଡ଼ି ଆପ ର ବ୍ୟବହାର ଦ୍ୱାରା ଭାଷା ଓ ଗଣିତ ଶିକ୍ଷା ର ବୃଦ୍ଧି, ବିଲଡିଙ୍ଗ ଆପ ର ବ୍ୟବହାର ରେ ଖେଳ ମାଧ୍ୟମରେ ଶିକ୍ଷା, ଶିକ୍ଷକ ମାନଙ୍କ ନିମନ୍ତେ ବହୁ ଶ୍ରେଣୀ ପରିସ୍ଥିତି ରେ ଶ୍ରେଣୀ ର ପରିଚାଳନା, ପଠନ ଦକ୍ଷତା ର ଅଭିବୃଦ୍ଧି ର କୌଶଳ, ଲିଖନ ଦକ୍ଷତା ଅଭିବୃଦ୍ଧି ର କୌଶଳ,ଭାଷା ଶିକ୍ଷଣର ସନ୍ତୁଳିତ ପନ୍ଥା ଉପରେ ଶିକ୍ଷକ ମାନେ ଅବଗତ ହେବା ପାଇଁ ଏଭଳି ତାଲିମ ବର୍ଷକୁ ଥରେ ଆୟୋଜନ କରାଯାଉଛି l କେନ୍ଦ୍ର ସରକାରଙ୍କ ନୁଆଁ ଶିକ୍ଷା ନୀତି ପ୍ରକାର ରେ ଆଗାମୀ ୨୦୨୬-୨୭ ମସିହା ପର୍ଯ୍ୟନ୍ତ ଏଭଳି ପ୍ରୟୋଗ ତାଲିମ ପ୍ରଦାନ କରାଯିବ ବୋଲି ଶିକ୍ଷା ଅଧିକାରୀ ଠାରୁ ପ୍ରକାଶ l
ବ୍ଲକ ସ୍ତରୀୟ ଶିକ୍ଷକ ମାନଙ୍କ ତିନିଦିନିଆ ପ୍ରୟୋଗ ତାଲିମ ଶିବିର ଅନୁଷ୍ଠିତ
Read Time:2 Minute, 30 Second

