ଅଖିଳ ଭାରତୀୟ କୃଷକ ସଭା ଆସିକା ପକ୍ଷରୁ ୧୬ ଦଫା ଦାବୀପତ୍ର  ପ୍ରଦାନ

ଅଖିଳ ଭାରତୀୟ କୃଷକ ସଭା ଆସିକା ପକ୍ଷରୁ ୧୬ ଦଫା ଦାବୀପତ୍ର ପ୍ରଦାନ

0 0
Read Time:2 Minute, 30 Second

କୃଷି ଓ କୃଷକ ର ସାମୁହିକ ଉର୍ନ୍ନତି ସକାଶେ ଆଜି ଅଖିଳ ଭାରତ କୃଷକ ସଭା ଆସିକା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ  ବିଡ଼ିଓ ଙ୍କ ମାଧ୍ୟମରେ ଏକ ଷୋହଳ ଗୋଟି ଦାବୀ ସମ୍ବଳିତ ଦାବୀ ପତ୍ର ପ୍ରଦାନ କରିଛନ୍ତି l ଆସ୍କା ଆଞ୍ଚଳିକ ପରିଷଦ ର ସଭାପତି ପ୍ରଫୁଲ ନାହାକ ଙ୍କ ସଭାପତିତ୍ବ ରେ ବିଭିନ୍ନ ଶ୍ରେଣୀ ର ନେତା ଏକଜୁଟ ହୋଇ କାଳଷଣ୍ଢପୁରରୁ ମୋଟର ସାଇକେଲ ରାଲି ରେ ବାହାରି ଆସିକା ବ୍ଲକ କାର୍ଯ୍ୟଳୟ ରେ ପହଁଚି ଥିଲେ l ବ୍ଲକ ସମ୍ମୁଖ ରେ ଏକ ପ୍ରତିବାଦ ସଭା ହୋଇଥିଲା l ଏଥିରେ ଶ୍ରମିକ ନେତା ପୀତବାସ ମହାପାତ୍ର, ବିପ୍ଲବୀ ନାହାକ, ଭଜରାମ ଲେଙ୍କା, ଉପେନ୍ଦ୍ର ଭଞ୍ଜ, ରାଜେନ୍ଦ୍ର ଦାସ, ଦେବହରି ମହାନ୍ତି, ରାଜେନ୍ଦ୍ର ଦାସ, ପ୍ରମୁଖ ଉପସ୍ଥିତ ରହିଥିଲେ l ଅତରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରିୟମ୍ବଦା କଅଁର ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l ଚାଷୀ କୁ ଆବଶ୍ୟକ ପରିମାଣର ବିହନ, ସାର, କୀଟନାଶକ ଔଷଧ ସୁଲଭ ଦରରେ ପ୍ରଦାନ, ଜଳସେଚନର ର ସୁଭିଧା ନିମନ୍ତେ ନାଳ, ଚେକ ଡେମ, କେନାଲ, ଉଠାଜଳସେଚନ ପଏଣ୍ଟ ଗୁଡିକୁ ମରାମତି କରି ଜଳର ସୁ ବନ୍ଦୋବସ୍ତ କରିବା, ଚଷୀ କୁ ଫସଲ ବୀମା ପ୍ରଦାନ, କୃଷି ଋଣ ପ୍ରଦାନ, କ୍ୟାମ୍ପ କୋର୍ଟ ମାଧ୍ୟମରେ ଚାଷୀର ସମସ୍ୟା ର ସମାଧାନ କରିବା, ଭାଗଚାଷୀ ଆଇନ ପ୍ରଣୟନ, ସମବାୟ ଅନୁଷ୍ଟାନ ରେ ମଣ୍ଡି ସମୟରେ ଶୌଚାଳୟ ବ୍ୟବସ୍ଥା କରିବା,ଛଟିନି ବ୍ୟବସ୍ଥା ବନ୍ଦ କରାଯାଉ l ପ୍ରତି ପଂଚାୟତ ରେ ଶୀଘ୍ର ଶୀତଳ ଭଣ୍ଡାର ନିର୍ମାଣ,ବନ୍ୟ ଜନ୍ତୁ କ୍ଷତି କରୁଥିବା ଫସଲ କୁ ରୋକିବା, ଧାନର ସର୍ବ ନିମ୍ନ ମୂଲ୍ୟ ଚାରି ହଜାର ଟଙ୍କା କରିବାକୁ ଦାବି ରଖିଛନ୍ତି l ଅତି ଆବଶ୍ୟକ ଖାଉଟି ଦ୍ରବ୍ୟ ଉପରୁ ଦର କମାଇବା ସହ ଚାଷୀର ଋଣ ଛାଡ଼ ଉପରେ ଅଖିଳ ଭାରତୀୟ କୃଷକ ସଭା ଦାବୀ ରଖିଛି l ରାଜ୍ୟ ସରକାର ଏହି ଦାବୀ ପ୍ରତି ବିଚାର ନ କଲେ ଚାଷୀ ଆନ୍ଦୋଳନ ତୀବ୍ର ହେବ ବୋଲି ଶ୍ରମିକ ନେତା ପ୍ରକାଶ କରିଛନ୍ତି l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍