ସ୍ୱାୟତ୍ତଶାସନ ଦିବସରେ ଗଞ୍ଜାମ ଜିଲ୍ଲା ବେଡ଼ମିଣ୍ଟନ ଚମ୍ପିୟାନ ଅବିନାଶ ମୁନୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ଜିଲ୍ଲାରେ ଲଗାତାର ଭାବେ ୩ବର୍ଷ ହେଲା ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଚମ୍ପିୟାନ ହାସଲ କରିଥିବା ଆସିକାର ଅବିନାଶ ମୁନୀ ଏହି ଗୌରବ ହାସଲ କରିଥିବାରୁ ତାଙ୍କୁ ସ୍ଵତନ୍ତ୍ର ଭାବେ ପୁଷ୍ପଗୁଚ୍ଛ ଦେଇ ଉପଢୌକନ ପ୍ରଦାନ କରି ମାନପତ୍ର ସହ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା।ଅବିନାଶ ଆସିକା ମମ ସ୍କୁଲରେ ପଢିବା ବେଳୁ ହିଁ ଖେଳ ପ୍ରତି ରୁଚି ରଖିଥିଲେ।ସେ ମୁଖ୍ୟମନ୍ତ୍ରୀ ନିର୍ବାଚନ ମଣ୍ଡଳୀର ଇଣ୍ଡୋର ଷ୍ଟେଡିୟମର ପ୍ରଥମ ଖେଳାଳି ଭାବେ ଏଣ୍ଟ୍ରି କରି ପ୍ରଶିକ୍ଷଣ ନେଉଥିଲେ।ସେଠୁ ସେ ଜିଲ୍ଲା ଓ ରାଜ୍ୟ ସ୍ତରର ପ୍ରତିଯୋଗିତାରେ ଭାଗ ନେଇ ୧୭ ବର୍ଷ ବାଳକ ବିଭାଗରେ ୨୦୨୧ ଏବଂ ୨୦୨୨ରେ ସିଙ୍ଗଲରେ ଚମ୍ପିୟାନ ହୋଇ ପୁନର୍ବାର ୧୯ ବର୍ଗ ବାଳକ ବିଭାଗରେ ସିଙ୍ଗଲ,ଡବଲ ଓ ମିକ୍ସ ଡବଲସ ରେ ବିଜୟୀ ହୋଇ ଲଗାତାର ଚମ୍ପିୟାନ ହୋଇ ଏହି ଗୌରବ ପାଇଛନ୍ତି।ଏଥିପାଇଁ ଆସିକା ଏନ ଏ ସି ପକ୍ଷରୁ ଆସିକା ଟାଉନ୍ ହଲ୍ରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଏନ ଏ ସି ଅଧକ୍ଷା ବିନେତା ସ୍ୱାଇଁ, ପୂର୍ବତନ ବ୍ଲକ ଅଧକ୍ଷ ସୂର୍ଯ୍ୟକାନ୍ତ ପରିଡା, ଆସିକା ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ, ଆସିକା ଓକିଲ ସଂଘ ସଭାପତି ରବୀନ୍ଦ୍ର ଶର୍ମା, ବ୍ରାଣ୍ଡ ଅମ୍ବାସିଡେର ଅରୁଣ ପାତ୍ର, କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ,ସମସ୍ତ କାଉନସିଲର, ସହରର ମାନ୍ୟଗଣ୍ୟ ବ୍ୟକ୍ତି ମାନେ କ୍ରୀଡା ଦିଗରେ ଅବିନାଶଙ୍କ ଆଗାମୀ ଭବିଷ୍ୟତ ଯେମିତି ଉଜ୍ବଳ ହେବ ଆଉ ସେ ଦେଶ ବିଦେଶ ପାଇଁ ଖେଳି , ଜନ୍ମମାଟି ଏବଂ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣନ୍ତୁ ଏ କାମନା କରିଥିଲେ।

