Read Time:1 Minute, 6 Second
ଆସିକା ଏନ ଏ ସି ର ଲଛମନପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପୋଷାକ ବିତରଣ ଉତ୍ସବ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ବସନ୍ତ ସାହୁ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବିଭୁନନ୍ଦନ ପଣ୍ଡା, କାଉନସିଲର ରାଘବ ସିଅ,ସି ଆର ସି ସି ସରୋଜ ନାୟକ, ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ସନ୍ତୋଷ କୁମାର ସେଠୀ, ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ବେହେରା, ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ l ବିଦ୍ୟାଳୟ ର
ଅଧୟନରତ ୪୪ ଜଣ ପୁଅ ଏବଂ ୪୪ ଝିଅ ମାନଙ୍କୁ ଗଣପୋଷାକ ପ୍ରଦାନ କରାଯାଇଥିଲା l ବିଦ୍ୟାଳୟ ର ଶିକ୍ଷକ ବିଚିତ୍ର ବିହାରୀ ଦାସ, ଶିକ୍ଷୟତ୍ରୀ ସସ୍ମିତା କୁମାରୀ ପାଢ଼ୀ, ବନିତା କୁମାରୀ ଲେଙ୍କା ପ୍ରମୁଖ ସହଯୋଗ କରିଥିଲେ l

