ଚାରି ଦଫା ଦାବିକରି ଷ୍ଟେଟବ୍ୟାଙ୍କ ୫୦ ଗୋଟି ସି. ଏସ. ପି.କେନ୍ଦ୍ର ବନ୍ଦ 

ଚାରି ଦଫା ଦାବିକରି ଷ୍ଟେଟବ୍ୟାଙ୍କ ୫୦ ଗୋଟି ସି. ଏସ. ପି.କେନ୍ଦ୍ର ବନ୍ଦ 

0 0
Read Time:2 Minute, 4 Second

ଷ୍ଟେଟବ୍ୟାଙ୍କ ର ମନମୁଖୀ କାର୍ଯ୍ୟ କୁ ବିରୋଧ କରି  ବହୁ ଗ୍ରାହକ ସେବା କେନ୍ଦ୍ର (ସି ଏସ ପି)ଗୁଡିକ ବନ୍ଦ  ରହିଥିଲା।ଏନେଇ ସି ଏସ ପି ସଂଘ ପକ୍ଷରୁ ଏକ ଚାରି ଦଫା ସମ୍ବଳିତ ଦାବିପତ୍ର  ଆସିକା ଆଞ୍ଚଳିକ କ୍ଷେତ୍ର ଅଧିକାରୀ କାର୍ଯ୍ୟାଳୟ ରେ ପ୍ରଦାନ କରାଯାଇଛି।ପାଖାପାଖି ୫୦ରୁ ଉର୍ଦ୍ଧ୍ବ ସି ଏସ ପି ସଂଚାଳକ ଉପସ୍ଥିତ ଥିଲେ।ଦାବି ସମୂହରେ ଷ୍ଟେଟବ୍ୟାଙ୍କ ବିଭିନ୍ନ କାର୍ଯ୍ୟ ଆଳ ଦେଖାଇ କମିଶନ କମାଇବା, ଜମାଖାତା କ୍ଲୋଜ କରିବା,  ଛୋଟ ପିଲାଙ୍କ ଜମା ଖାତାକୁ ମେଜର କରିବାରେ ବ୍ୟାଙ୍କ ମାରପେଞ୍ଚ ନୀତି ଅବଲମ୍ବନ କରିବା ଏବଂ ସ୍ପେଶାଲ ସିକୁରୀଟି ସ୍କିମ ନାମରେ ସି ଏସ ପି ଉପରେ ଜୁଲୁମ କରିବା ନିନ୍ଦା କରି ସଂଘ ପକ୍ଷରୁ ଗ୍ରାହକ ସେବା କେନ୍ଦ୍ର ଗୁଡ଼ିକ ବନ୍ଦ କରିଥିଲେ।ଏହି ବନ୍ଦ ଯୋଗୁଁ ସମସ୍ତ ଅଂଚଳର ଗ୍ରାହକ ମାନେ ଟଙ୍କା ନେଣ ଦେଣରେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ।ବ୍ୟାଙ୍କ ର ଆର .ଏମ. ଅନୁପସ୍ଥିତ ବେଳେ ସଂଘର ସଦସ୍ୟ ମାନେ କ୍ଷେତ୍ର ଅଧିକାରୀ ଅନୀଲ ବେହେରାଙ୍କ ସହ ଉପରୋକ୍ତ ବିଷୟରେ ଆଲୋଚନା କରିବା  ସହ ଦାବି ପତ୍ର  ପ୍ରଦାନ  କରିଥିଲେ। ବ୍ୟାଙ୍କ ଏ ସଂକ୍ରାନ୍ତରେ ଯଦି କୌଣସି ସମାଧାନର ପନ୍ଥା ବାହାର ନକଲେ ଆଗାମୀ ଦିନରେ  ଆନ୍ଦୋଳନକୁ ଜୋରଦାର କରିବାକୁ ନିଷ୍ପତ୍ତି ହୋଇଛି।ସେଥିପାଇଁ ଆସନ୍ତା ରବିବାର ଦିନ ଜିଲ୍ଲାର ସମସ୍ତ ସି ଏସ ପି ସଂଚାଳକ ଆସିକାର ଏକତ୍ରିତ ହୋଇ ଆଗାମୀ କାର୍ଯ୍ୟ ପନ୍ଥା ଧାର୍ଯ୍ୟ କରିବାକୁ  ନିଷ୍ପତ୍ତି ନେଇଥିବା ସଂଘର କର୍ମକର୍ତ୍ତା ସେଶଦେଵ ବେହେରା ସୂଚନା ଦେଇଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ