ଉତ୍କଳ ଆୟୁର୍ବେଦିକ ଫାର୍ମାସିରେ ଦୁର୍ନୀତିର ତଦନ୍ତ କଲେ ଡିଆର୍‌ସିଏସ୍‌ :ଫାର୍ମାସି ଚାଲିବା ପାଇଁ ପ୍ରୟାସ

ଉତ୍କଳ ଆୟୁର୍ବେଦିକ ଫାର୍ମାସିରେ ଦୁର୍ନୀତିର ତଦନ୍ତ କଲେ ଡିଆର୍‌ସିଏସ୍‌ :ଫାର୍ମାସି ଚାଲିବା ପାଇଁ ପ୍ରୟାସ

0 0
Read Time:2 Minute, 59 Second

ଆସିକାସ୍ଥିତ ଉତ୍କଳ ଆୟୁର୍ବେଦିକ ଫାର୍ମାସିରେ ନିର୍ଦ୍ଦେଶକମାନଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଏବଂ ଅର୍ଥ ହେରଫେର ସାଙ୍ଗକୁ କର୍ମଚାରୀଙ୍କ ଦରମା ବନ୍ଦର ପୁଞ୍ଜିଭୁତ ଅସନ୍ତୋଷ ଆଜି ଉଗ୍ରରୂପ ନେଇଛି।ପ୍ରବଳ ପାଟିତୁଣ୍ଡ, ଧସ୍ତାଧସ୍ତି ଏବଂ ବାଦ ବିବାଦ ମଧ୍ୟରେ ଆଲୋଚନା ବୈଠକ ସଫଳ ହୋଇପାରିଲାନି।  

ଫର୍ମାସୀର ଏସବୁ ତଦନ୍ତ ପରିସର ଭୁକ୍ତ ହେବା ଓ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ନେଇ ଅନୁସନ୍ଧାନ ମୂଳକ ରିପୋର୍ଟ ସମବାୟ ବିଭାଗ ପାଖରେ ହସ୍ତଗତ ହେବାପରେ ଫର୍ମାସୀ କୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରୟାସ ହୋଇଛି। ଏକ ପ୍ରକାର ଅଚଳ ଅଵସ୍ଥାରେ ପହଁଚି ଥିବା  ସମବାୟ ଭିତ୍ତିକ ଉକ୍ତ ଫର୍ମାସୀ କୁ ଚଳାଇବା ନିମନ୍ତେ ତତ୍ପରତା ହୋଇଛି | ସମସ୍ତ ଅନିୟମିତାର ନଥିପତ୍ର ସାଙ୍ଗକୁ ପ୍ରମାଣ ସ୍ୱରୂପ  ବ୍ରହ୍ମପୁର ସମବାୟ ଉପନିବନ୍ଧକ (ବ୍ରହ୍ମପୁର)ବିଶ୍ୱରଂଜନ ଦାସ ଉପଲବ୍ଧ କରିଥିଲେ।ତଥାପି ସେ ବହିଷ୍କୃତ ସଂପାଦକ ସ୍ଥାନରେ ନୂତନ ସମ୍ପାଦକଙ୍କୁ ଆର୍ଥିକ କ୍ଷମତା ପ୍ରଦାନ କରି ଫର୍ମାସିକୁ କାର୍ଯ୍ୟକ୍ଷମ କରିବା ଏବଂ କମିଟକୁ ନିର୍ବାଚିତ ସଦସ୍ୟଙ୍କ ମଧ୍ୟରେ ବୁଝାମଣା କରାଇବାକୁ  ପ୍ରୟାସ କରିଥିଲେ।ହେଲେ ମଧ୍ୟ ତାହା ସଫଳ ହୋଇପାରିଲାନି।ଖାଲି ପାଟିତୁଣ୍ଡ, ଧସ୍ତାଧସ୍ତି ଏବଂ ବାଦ ବିବାଦ ଯୋଗୁଁ ବୈଠକ ହେଲାନି। ଅନ୍ୟପଟେ ଦୀର୍ଘଦିନ ହେଲା କର୍ମଚାରୀ ଙ୍କ ଦରମା ବନ୍ଦ ଅନ୍ୟଏକ ସମସ୍ୟା ଉଠିଥିଲା।ସେପଟେ ଫର୍ମାସୀର ଉତ୍ପାଦନ ବନ୍ଦ ସବୁଠୁ ବଡ଼ ସମସ୍ୟା ସାମନାକୁ ଆସିଛି।ନୂତନ ସମ୍ପଦକ ହାତରେ ଆର୍ଥିକ କ୍ଷମତା ନଥିବାରୁ କର୍ମଚାରୀଙ୍କ ଦରମା ପ୍ରଦାନ ଏବଂ ଫର୍ମାସିର କାରବାର ଉପରେ ଘୋର ପ୍ରଭାବ ପକାଇଛି।ଏସବୁର ସବିଶେଷ ରିପୋର୍ଟ ଉପରିସ୍ଥିତ ଅଧିକାରୀଙ୍କୁ ତାଙ୍କ ରିପୋର୍ଟ ପଠାଇବେ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି। 

ସ୍ଵାଧୀନତା ପୂର୍ବରୁ ପ୍ରତିଷ୍ଠିତ ଏହି ଫାର୍ମାସି ଓଡ଼ିଶା ସହିତ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ଉତ୍ପାଦିତ ଔଷଧ ବିକ୍ରି କରୁଥିଲା।କିନ୍ତୁ ଏହି ଫାର୍ମାସି ନିଜର ପୂର୍ବ ଗରିମା ହରାଇବା ସହ ଦୁର୍ନୀତି ଏବଂ ଅନିୟମିତତାରେ ଉବୁଟୁବୁ ହେଉଛି। ଆଉ ନିଜର ଅସ୍ତିତ୍ବ ପାଇଁ ସଂଘର୍ଷ କରିଆସୁଛି। ଫାର୍ମାସିରେ ଔଷଧ ପ୍ରସ୍ତୁତି ପାଇଁ କିଣାଯାଉଥିବା କଞ୍ଚାମାଲ୍ ଏବଂ ପାରଦ ଓ ଔଷଧ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଥିଲା।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ