ଆସିକା ଥାନା ଅନ୍ତର୍ଗତ ଖଣ୍ଡବନ୍ଧ ନିକଟରେ ବାଇକ ଅରୋହୀଙ୍କ ଠାରୁ ଲୁଟ ଉଦ୍ୟମ ହୋଇଥିଲା।ଏନେଇ ଆସିକା ଥାନା କେଶ ନଂ ୩୨୯/୨୩ ପ୍ରକାରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା। ପୋଲିସ ଏହି ମାମଲା ରେ ନବରତ୍ନପୁର ଗ୍ରାମର ସିଲୁ ପୋଲାଇ ଏବଂ ଗଣେଶ ପୋଲାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ପ୍ରକାଶ ଥାଉକି ସରୋଜ କୁମାର ପାତ୍ର, ବୟସ ୪୬ ବର୍ଷ ପିତା-ସ୍ବର୍ଗତ ସୁବାଶ ଚନ୍ଦ୍ର ପାତ୍ର ଗ୍ରାମ ଅନନ୍ତେଇ ଥାନା ଦିଗପହଣ୍ଡି ଅଂଚଳର ଅଟନ୍ତି ।ସେ ଗତ ୦୫.୦୬.୨୦୨୩ ରିଖରେ ଦେବା ରିପୋର୍ଟ ପ୍ରକାରେ ସେ ଖଣ୍ଡରାବଳି ସ୍ଥିତ ଉତ୍ସବ ପାତ୍ର ଙ୍କ କୁକୁଡା ଫାର୍ମ ରେ ଡାକ୍ତର ଅଛନ୍ତି।ମୁଣ୍ଡମରେଇ ଗ୍ରାମରେ ରହୁଥିବାରୁ ପ୍ରତିଦିନ ଖଣ୍ଡରାବଳୀ ଗ୍ରାମ କୁକୁଡା ଫାର୍ମ ରୁ କାମ ସାରି ଗୁଣ୍ଠପଡା ଖଣ୍ଡବନ୍ଧ-ଜାହାଡା ଦେଇ ମୁଣ୍ଡମରେଇ ଗ୍ରାମକୁ ମୋଟରସାଇକେଲ ରେ ଯିବା ଆସିବା କରେ । ଉକ୍ତ ଦିନ ସନ୍ଧ୍ୟା ୮ ଘଣ୍ଟା ସମୟରେ ସେ ଖଣ୍ଡରବଳୀ ଗ୍ରାମରୁ ମୁଣ୍ଡମରେଇ ଗ୍ରାମକୁ ଫେରିବା ସମୟରେ ଖଣ୍ଡବନ୍ଧ ଗ୍ରାମ ପରେ ପରେ ଥିବା ବନ୍ଧ ନିକଟରେ ଦୁଇଜଣ ଅଜଣା ବ୍ୟକ୍ତି ମୋର ମୋଟରସାଇକେଲ ସାମ୍ନା କୁ ହଠାତ ଆସିଥିଲେ ଏବଂ ତାଙ୍କୁ ଅଟକାଇଦେଲେ । ସେ କିଛି ବୁଝିବା ପୂର୍ବରୁ ସେମାନଙ୍କ ମଧ୍ୟରୁ ଯିଏ ଗାଡି ଚଳଉଥିଲା ସେ ଗୋଟିଏ ଛୁରି ବାହାର କରି ଚୁପ ରହିବାକୁ ଧମକ ଦେଲା, ପଛରେ ବସିଥିବା ପିଲା ଆସି ତାଙ୍କ ମୁହଁ ଓ ଛାତିକୁ ମାରିଲା । ତାଙ୍କ ପାଖରେ ଯାହା ଆଛି ଦେଇଦେବାକୁ କହିଲେ । ସେ ମାଡ ଖାଇ ପାଟି କରିବାରୁ ସେମାନେ ମାରିଦେବେ ବୋଲି ଧମକ ଦେଲେ । ସେ କିଛି କହିବା ପୂର୍ବରୁ ତାଙ୍କ ପକେଟ ରୁ ମୋବାଇଲ ୨୦୦୦ଟଙ୍କା , ମୋର ଆଧାର କାର୍ଡ, ପାନ କାର୍ଡ ଓ ମୋର TVS Apache ଗାଡି ଯାହାର ନମ୍ବର OD 32 B 9040 ର ଚାବିକୁ ନେଇ ପଳାଇଗଲେ । ସେ ମାଡଖାଇ ଚାଲି ଚାଲି ଗୁଣ୍ଠପଡା ଛକକୁ ଆସି ସେଠାରୁ ଲିଫ୍ଟ ମାଗି ଥାନାକୁ ଆସି ଏହି ରିପୋର୍ଟ କରିଥିଲେ ।

