ଧରାକୋଟ ଗଡର ଜଗନ୍ନାଥ ମନ୍ଦିରରେ ପ୍ରଚଳିତ ରୀତିନୀତି ପ୍ରକାରେ ତିନି ଠାକୁର ଙ୍କ ସାନ୍ନ ନୀତି ସଂପନ୍ନ ହୋଇଯାଇଛି। ଦେବସ୍ନାନ ପୂର୍ଣ୍ଣିମୀରେ ପରମ୍ପରା ଅନୁଯାୟୀ ରାଜ ପୁରୋହିତ କୈଳାସ ମିଶ୍ରଙ୍କ ଉପସ୍ଥିତ ରେ ସମସ୍ତ ଦେବକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ତିନି ଠାକୁର ଙ୍କୁ ରତ୍ନ ସିଂହାସନ ରୁ ସେବାୟତ ମାନେ ଧାଡି ପହଣ୍ଡିରେ ସାନ୍ନ ମଣ୍ଡପ କୁ ବିଜେ କରାଇଥିଲେ।ଏହା ପରେ ମନ୍ଦିର ପରିସର ସ୍ଥିତ ସୁନାକୁଅରୁ ୧୦୮ ତାମ୍ର ଗରାରେ ପାଣି ଅଣାଯାଇ ତ୍ରିନାଥ ବଡ଼ପଣ୍ଡା ରୀତିନୀତି ପ୍ରକାରେ ସାନ୍ନ କରାଇଥିଲେ। ଏହାପରେ ତିନିଠାକୁର ଙ୍କୁ ବିଧି ପ୍ରକାରେ ପୂଜାର୍ଚ୍ଚନା କରାଯାଇଥିଲା।ଦେବ ସ୍ନାନ ଦେଖିବାକୁ ଧରାକୋଟ ଅଞ୍ଚଳ ବହୁ ଭକ୍ତ ଙ୍କ ସମାଗମ ହୋଇଥିଲା। ଦେବୋତ୍ତର ଗୁମସ୍ତା କାଳିଆ ବେହେରା,ଟହଲିଆ ଭଗବାନ ଗୌଡ଼, ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ,ନନ୍ଦିଘୋର,ପୁଟୁ,କୁଶପଡା,ବେଠୁଆର,କାନଗିରିଡି,ଗ୍ରାମ ବ୍ରାହ୍ମଣ ସେବାୟତ ମାନେ ଦେବନୀତି ସମ୍ପନ୍ନ ରେ ସଂପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ।ରାଜ ପରିବାରର ନିଦ୍ଧେର୍ଶ ରେ ସମସ୍ତ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ହୋଇଥିଲା।

