ଆସିକା ତଥା ଆଖପାଖ ଜଗନ୍ନାଥ ମନ୍ଦିର ମାନଙ୍କରେ ପ୍ରଚଳିତ ରୀତିନୀତି ପ୍ରକାରେ ତିନି ଠାକୁର ଙ୍କ ସାନ୍ନ ନୀତି ସଂପନ୍ନ ହୋଇଯାଇଛି। ଦେବସ୍ନାନ ପୂର୍ଣ୍ଣିମୀରେ ପରମ୍ପରା ଅନୁଯାୟୀ ପଣ୍ଡା, ପୁରୋହିତଙ୍କ ଉପସ୍ଥିତ ରେ ସମସ୍ତ ଦେବକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ତିନି ଠାକୁର ଙ୍କୁ ରତ୍ନ ସିଂହାସନ ରୁ ସେବାୟତ ମାନେ ଧାଡି ପହଣ୍ଡିରେ ସାନ୍ନ ମଣ୍ଡପ କୁ ବିଜେ କରାଇଥିଲେ।ଏହା ପରେ ମନ୍ଦିର ପରିସର ସ୍ଥିତ କୁଅରୁ ୧୦୮ ଗରାରେ ପାଣି ଅଣାଯାଇ ସେବାୟତ ମାନେ ରୀତିନୀତି ପ୍ରକାରେ ସାନ୍ନ କରାଇଥିଲେ। ଏହାପରେ ତିନିଠାକୁର ଙ୍କୁ ବିଧି ପ୍ରକାରେ ପୂଜାର୍ଚ୍ଚନା କରାଯାଇଥିଲା।ଦେବ ସ୍ନାନ ଦେଖିବାକୁ ଅଞ୍ଚଳର ବିଭିନ୍ନ ଜଗନ୍ନାଥ ମନ୍ଦିରକୁ ବହୁ ଭକ୍ତ ଙ୍କ ସମାଗମ ହୋଇଥିଲା। ଆସିକା ସୁନାମ୍ବ ,ମୁନିସାହି,ଖମ୍ବେଶ୍ୱରୀ ପାଟଣା,ଚିନିଶିଳ୍ପ ନୂଆଁଗାଁ,କାଳଷଣ୍ଢପୁର,ଦେବଭୂମି ଗ୍ରାମର ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ନୀତି ସମ୍ପନ୍ନ ମନ୍ଦିର ପରିଚାଳନା କମିଟି ଓ ବ୍ରାହ୍ମଣ ସେବାୟତ ମାନେ ଦେବନୀତି ସମ୍ପନ୍ନ ରେ ସଂପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ।

