ପରିତ୍ୟକ୍ତ ମନ୍ଦିର ବେଢ଼ାରୁ ଅନନ୍ତ ବାସୁଦେବ ପଥର ମୂର୍ତ୍ତି ଉଦ୍ଧାର

ପରିତ୍ୟକ୍ତ ମନ୍ଦିର ବେଢ଼ାରୁ ଅନନ୍ତ ବାସୁଦେବ ପଥର ମୂର୍ତ୍ତି ଉଦ୍ଧାର

0 0
Read Time:2 Minute, 20 Second

ଆସିକା ସହରର ବଜାରସାହି ଜଣେ ବ୍ୟକ୍ତିଙ୍କ ଘର ପଛପଟେ ରହିଥିବା ପରିତ୍ୟକ୍ତ ରାଧାକୃଷ୍ଣ ମନ୍ଦିର ବେଢାରୁ ଗୁରୁବାର ବହୁ ପୁରାତନ ଏକ ପ୍ରସ୍ତର ମୂର୍ତ୍ତି ଉଦ୍ଧାର କରାଯାଇଛି । ଶୁକ୍ରବାର ଦିନ ଏହି ମୂର୍ତ୍ତିର ପୂଜାର୍ଚ୍ଚନା ସକାଶେ  ହୋମ ଯଜ୍ଞ ବିଧି କରି ମୂର୍ତ୍ତିକୁ ହନୁମାନ ମନ୍ଦିରକୁ ନିଆଯାଇଥିଲା।କାହିଁ କେତେ ବର୍ଷ ହେଲା ମନ୍ଦିର ମୁଖଶାଳା ସମ୍ମୁଖରେ ପ୍ରାୟ ୪ ଫୁଟ ମାଟି ତଳେ  ପୋତି ହୋଇ ମୂର୍ତ୍ତିଟି ରହିଥିଲା। ଏହି ମୂର୍ତ୍ତି ଜୈନେକ ବ୍ୟକ୍ତିଙ୍କ ଘରେ ମରାମତି କାର୍ଯ୍ୟରେ ନିୟୋଜିତ ଜଣେ ରାଜମିସ୍ତ୍ରୀଙ୍କୁ ସ୍ବପ୍ନାଦେଶ ପରେ ମାଟି ଖୋଳି ମୂର୍ତ୍ତି ଉଦ୍ଧାର କରାଯାଇଥିଲା। କୁଣ୍ଡା ପଥରରେ ନିର୍ମିତ ମୂର୍ତ୍ତିର ଉଚ୍ଚତା ପ୍ରାୟ ୫ ଫୁଟ ଓ ଚଉଡା ଅଢେଇ ଫୁଟ ହେବ । ଶଙ୍ଖ ଚକ୍ରଧାରୀ ଏବଂ ମୁଣ୍ଡ ଉପରେ ସପ୍ତଫେଣି ନାଗ ରହିଥିବା ଏହି ମୂର୍ତ୍ତିକୁ ଅନନ୍ତ ନାରାୟଣଙ୍କ ମୂର୍ତ୍ତି ବୋଲି କେତେକ କହୁଥିଲା ବେଳେ ଅନ୍ୟ କେତେକ ଏହା ଅନନ୍ତ ବାସୁଦେବ ମୂର୍ତ୍ତି ବୋଲି କହୁଛନ୍ତି। କେଉଁ ପରିସ୍ଥିତିରେ ଏବଂ କେବେଠାରୁ ଏହି ମୂର୍ତ୍ତି ଏଠାରେ ପୋତି ହୋଇ ରହିଥିଲା ସ୍ପଷ୍ଟ ହୋଇନାହିଁ । ଅପରପକ୍ଷେ ପରିତ୍ୟକ୍ତ ମନ୍ଦିରର ରାଧାକୃଷ୍ଣ ମୂର୍ତ୍ତିକୁ ଅନ୍ୟ ଏକ ମନ୍ଦିରରେ ପୂଜା ଲାଗି ସ୍ଥାନାନ୍ତର କରିଥିଲା ବେଳେ ମାଟି ତଳୁ ଉଦ୍ଧାର ଏହି ମୂର୍ତ୍ତିକୁ  ପୂଜାର୍ଚ୍ଚନା ଲାଗି ଏହି ପରିବାର ପକ୍ଷରୁ ବ୍ୟବସ୍ଥା କରାଯାଉଥିବା ବେଳେ ଏହି ମୂର୍ତ୍ତିକୁ ହନୁମାନ ମନ୍ଦିର କୁ ନିଆଯାଇଛି। ସେଠି ପ୍ରତ୍ୟେକ ଦିନ ପୂଜାର୍ଚ୍ଚନା ବ୍ୟବସ୍ଥା କରାଯିବା ସକାଶେ ବହୁ ଶ୍ରଦ୍ଧାଳୁ ଭକ୍ତଙ୍କ ମିଳିତ ଉଦ୍ୟମ ହୋଇ ପୂଜାର୍ଚ୍ଚନା ,ଭଜନ,କୀର୍ତ୍ତନ ସ୍ଥାପନା ସ୍ଥଳ ହନୁମାନ ମନ୍ଦିରରେ ଆୟୋଜନ ହୋଇଥିଲା।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ