କାଳବୈଶାଖୀ ର ତାଣ୍ଡବ ପୁରୀ ଜିଲ୍ଲା ବଳଙ୍ଗା ଓ ଗୋପ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀ ର ତାଣ୍ଡବ ପୁରୀ ଜିଲ୍ଲା ବଳଙ୍ଗା ଓ ଗୋପ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି

0 0
Read Time:1 Minute, 26 Second

କାଳବୈଶାଖୀ ର ତାଣ୍ଡବ ପୁରିଯିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ବଳଙ୍ଗା ଓ ଗୋପ ଅଞ୍ଚଳରେ ବ୍ୟାପକ ଭାବେ ଅନୁଭୂତ ହୋଇଛି । ବିଶେଷ କରି ଶହ ଶହ ଏକର ପନିପରିବା ଚାଷ , ଫଳ ଚାଷ କ୍ଷତଗ୍ରସ୍ତ ଯୋଗୁଁ ଚାଷୀକୁଳ ହତାଶ ହୋଇଯାଇଥିବା ବେଳେ କାଳବୈଶାଖୀ ପବନରେ ଶହ ଶହ ସଂଖ୍ୟାରେ କଚା ଘର , କୁକୁଡ଼ା ଫାର୍ମ ଆଦି ଭାଙ୍ଗି ମାଟିରେ ମିଶିଯାଇଛି । ପବନର ବେଗ ଏପରି ଥିଲା ଯେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟି ମଧ୍ୟ ବଙ୍କା ହୋଇଯାଇଛି । ଫଳରେ ଶତାଧିକ ଗାଆଁ ଗଣ୍ଡାରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଛି । ଗୋପ ବ୍ଲକଅନ୍ତର୍ଗତ ନୁଆଖୋଲମରା , କୁଆଁପଡା, ବନ୍ତୁଳି ଗାଁ, ଡଭାର , ଛଇତନା, ରାହାଗରଡା, ନିମାପଡ଼ା ର ବାମନାଳ, ନୂଆ ସନ୍ଥ , କୋଟକସାଙ୍ଗ, ଉଛୁପୁରୁ, ବଳଙ୍ଗା, ସାଇଁସ, ହରିପୁର ଆଦି ବିଭିନ୍ନ ପଞ୍ଚାୟତରେ ହଜାର ହଜାର ଚାଷୀ ପ୍ରଭାବିତ ହୋଇଛନ୍ତି ।ଭଣ୍ଡା ,କଦଳୀ, କଖାରୁ,କାକୁଡି,ଜହ୍ନି,ପିଜୁଳି, ଭେଣ୍ଡି,ଲେମ୍ବୁ ଆଦି ବିଭିନ୍ନ ଫସଲ ସମ୍ପୂର୍ଣ ଉଜୁଡ଼ି ଯାଇଛି । ଗତ ବର୍ଷ ବନ୍ୟା ପରେ ପୁଣି ଏକ ପ୍ରାକୃତିକ ବିପର୍ଯ୍ୟୟ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ