ଆଜୀବନ ସଜା କାଟୁଥିବା କଏଦୀଙ୍କ ମୃତ୍ୟୁ

ଆଜୀବନ ସଜା କାଟୁଥିବା କଏଦୀଙ୍କ ମୃତ୍ୟୁ

0 0
Read Time:1 Minute, 4 Second

ବଲାଙ୍ଗିର ଜିଲ୍ଲା କାରାଗାରର ଆଜୀବନ ସଜା କାଟୁଥିବା ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି | ମୃତ କଏଦୀ ଜଣକ ବେଲପଡା ଥାନା ସର୍ଗିଗୁଡା ଗାଁର ସୁନାଧର ବାଗ | ଗତ 2007 ମସିହାରେ ଜଣେ ନାବାଳକକୁ ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇ ବଲାଙ୍ଗିର ଜେଲରେ ଆଜୀବନ ସଜା କାଟୁଥିଲେ 70 ବର୍ଷୀୟ ସୁନାଧାର | ଆଜି ସକାଳୁ ନିଶ୍ଵାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ | ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ଆଇ. ସି. ୟୁରେ ଭର୍ତି କରାଯାଇଥିଲା | ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା | ସୁନାଧାରଙ୍କ ପରିବାର ଲୋକଙ୍କୁ ଖବର ଦେଇଛନ୍ତି ଜେଲ କତୃପକ୍ଷ | ଶାବକୁ ପୋଷ୍ଟ ମୋର୍ଟମ ପାଇଁ ମାର୍ଗରରେ ରଖାଯାଇଛି | ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ |

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ଅପରାଧ