ଦୀର୍ଘ ୨୫ ଦିନ ଧରି ଚାଲିଥିବା ଆସିକା ଖମ୍ବେଶ୍ବରି ଠାକୁରାଣୀ ଙ୍କ ବୈଶାଖୀ ଯାତ୍ରା ତଥା ମହୋଉତ୍ସବ ଶେଷ ହୋଇଛି। ମାଙ୍କ ସଂସ୍କାର ବିଧି ପ୍ରକାରେ ମହାସ୍ନାନ କରାଯାଇଥିଲା।ସକାଳୁ ଅସ୍ଥାୟୀ ମଣ୍ଡପରେ ଚତୁର୍ଥ ପ୍ରହର ପୂଜାବିଧି, ଭୋଗ ରାଗ ସମ୍ପର୍ଣ୍ଣ ପରେ ମା ଆସ୍ଥାୟୀ ମଣ୍ଡପରୁ ମନ୍ଦିର ଅଭିମୁଖେ ବାହାରିଥିଲେ।ଘଣ୍ଟ,ଘଣ୍ଟା,ମୁର୍ଦୁଙ୍ଗ,ଶଙ୍ଖ,କାହାଳୀ,କୀର୍ତ୍ତନ ସହ ବି ବିଭିନ୍ନ ପ୍ରକାର ରଙ୍ଗରେ ହୋଲି ଖେଳି ଖେଳି ଭକ୍ତମାନଙ୍କ ସହ ମନ୍ଦିର ପ୍ରତ୍ୟାବର୍ତ୍ତନ ବେଳେ ଭକ୍ତ ମାନେ ନିଜ ଦାଣ୍ଡ ଦୁଆରେ ପୂର୍ଣ କୁମ୍ଭ ରଖି ଭୋଗ ପଣା ଅର୍ପଣ କରିଥିଲେ।ଦୀର୍ଘ ୨୫ ଦିନ ଧରି ଚାଲିଥିବା ତମାମ କାର୍ଯ୍ୟକ୍ରମରରେ ବିଭିନ୍ନ ପ୍ରଶାସନିକ ଅଧିକାରୀ ମାନେ ଯୋଗଦେଇଥିଲେ।ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ବିଧାୟିକା ମଞ୍ଜୁଳା ସ୍ୱାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ସୋରୋଡ଼ା ବିଧାୟକ ପୂର୍ଣଚନ୍ଦ୍ର ସ୍ବାଇଁ,ଜିଲ୍ଲା ପରିଷଦ ଅଦକ୍ଷ୍ୟ ଅଞ୍ଜଳି ସ୍ୱାଇଁ, ଏନ ଏ ସି ଅଧକ୍ଷା ବିନେତା ସ୍ୱାଇଁ,ସାଂସଦ ପ୍ରତିନିଧି ତଥା ମନ୍ଦିର ପରିଚାଳନା କମିଟି ଅଦକ୍ଷ୍ୟ ସତ୍ୟ ନାରାୟଣ ସ୍ୱାଇଁ, ଆସିକା ବହୁ ମୁଖି ସମବାୟ ସମିତି ଅଦକ୍ଷ୍ୟ କାର୍ତ୍ତିକେଶ୍ୱର ପରିଡା, ସମବାୟ ବ୍ୟାଙ୍କ ସଭାପତି ମଙ୍ଗୁଳୁ ଧର ପ୍ରଧାନ ପ୍ରମୁଖ ଯୋଗ ଦେଇ ଉତ୍ସବ କୁ ଅଧିକ ପ୍ରଭାବିତ କରିଥିଲେ l ସେହି ଭଳି ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ସାମାଜିକ ଓ ସାଂସ୍କୃତିକ ଗୀତ ନାଚ ରେ ପେଣ୍ଡେଲ ଝୁମିଥିଲା l ଏଥିରେ ଓଲିଉଡ଼ କଳାକାର, ପ୍ରଛଦପଟ୍ଟ ଗାୟକ ଓ ନାମିଦାମୀ କଳାକାର ଉତ୍ସବ ରେ ଭାଗ ନେଇ ଲୋକଙ୍କୁ ଅଧିକ ମନୋରଞ୍ଜନ କରିଥିଲେ l ଶନିବାର ଦିନ ମା ଖମ୍ବେଶ୍ବରୀଙ୍କ ଯାତ୍ରାର ଶେଷ ପଟୁଆର ନଗରବାସୀ ପକ୍ଷରୁ କାର୍ଯ୍ୟକ୍ରମ ଘଣ୍ଟ, ମୁର୍ଦୁଙ୍ଗ, ବାଘ ଷଣ୍ଢ ଘୋଡା ନାଚ ବିଭିନ୍ନ ଚରିତ୍ର ରେ ବେଶ ଭୁଷା ପଡି ବାଦ୍ୟ, ବାଣ, ବାଜଣା ରେ ମା ନଗର ମଧ୍ୟ ରାତ୍ର ରେ ଗମ୍ଭୁରା ରୁ ବାହାରି ସିଂହ ବିମାନ ଉପରେ ବିଜେ ହେବା ପରେ ନଗର ପରିକ୍ରମା ହେଉଥିଲା ।ରବିବାର ଦିନ ଯାତ୍ରାର ଶେଷଦିନ ରେ ସାମାଜିକ ସଂସ୍କୃତିକ ନାଟକ ପରିବେଷଣ ହୋଇଥିଲା l ସୋମବାର ଦିନ ଅସ୍ଥାୟୀ ମଣ୍ଡପ ରୁ ବାହାରି ହୋଲି ଖେଳି ଭକ୍ତ ଙ୍କ ଗ୍ରହଣ ରେ ଆସି ମା ଗମ୍ଭୀରା ବିଜେ କରିଲେ ଏବଂ ୨୫ ଦିନିଆ ଯାତ୍ରା ସରିଲା।ପରିଚାଳନା କମିଟି ସଭାପତି ସତ୍ୟନାରାୟଣ ସ୍ବାଇଁ,ଯାତ୍ରା କମିଟି ସଭାପତି ନିମେଇ ପାଣିଗ୍ରାହୀ ଏବଂ ସଭ୍ୟ ,ଅର୍ଚକ ବୃନ୍ଦ,ଗ୍ରାମବାସୀ ମାନେ ସହଯୋଗ ପ୍ରଦାନ କରିଥିଲେ।






