ଧରାକୋଟ ବ୍ଲକର ରୁଗୁମୁ କ୍ଳଷ୍ଟର ଅନ୍ତର୍ଗତ କାନଗିରିଡି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ନ୍ୟାସୀ ବିଷୋୟୀ ଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା କସେଇ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଅମୂଲ୍ୟ ଚନ୍ଦ୍ର ମିଶ୍ର ଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ଭାବରେ ଶିକ୍ଷାବିତ ଦୀନବନ୍ଧୁ ପ୍ରଧାନ, ଏ ବି ଇ ଓ ପ୍ରଦୀପ କୁମାର ହୋତା, ଉମା ଚରଣ ପାଣିଗ୍ରାହୀ, ପ୍ରଦୀପ କୁମାର ଶତପଥୀ, ସି ଆର ସି ସି କାଳୁ ଚରଣ ଗୌଡ଼ ,ବି ଆର ଟି ସୀତାକାନ୍ତ ପଣ୍ଡା ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ବିଷୋୟୀ ଙ୍କ ଆଗାମୀ କର୍ମମୟ ଜୀବନ ସୁସ୍ଥ,ନିରୋଗ ଓ ଦୀର୍ଘ ଜୀବନ କାମନା କରିଥିଲେ । ଶିକ୍ଷକ ବୁଲୁ ବେହେରା ଓ ଯୋଗେନ୍ଦ୍ର ସେଠୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରି ଥିବା ବେଳେ ବିଦାୟ ସଙ୍ଗୀତ ଶଙ୍କର ବେହେରା ଗାନ କରିଥିଲେ। କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ବୁଚୀରାଓ ଦୋରା ସଂଯୋଜନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ସିମାଞ୍ଚଳ ବେହେରା, ଭକ୍ତବତ୍ସଳ ସେଠୀ ଓ ଶିଶୁପାଳ ବିଷୋୟୀ ଙ୍କ ସମେତ ବହୁ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ।

