ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ

0 0
Read Time:1 Minute, 6 Second


ଧରାକୋଟ ବ୍ଲକର ବରଡାବିଲି ପଂଚାୟତ ର କୁସଗୁମା ଗ୍ରାମରେ ପବନ ପୁତ୍ର ହନୁମାନଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉଛବ ଗତ ବୁଧବାର ଠାରୁ ଆରମ୍ଭ ହୋଇ ରବିବାର ଦିନ ସମାପ୍ତ ହୋଇଛି । ବୁଧବାର ପ୍ରଭାତରୁ ଜଳ ଯାତ୍ରା, ଦୀକ୍ଷା ଗ୍ରହଣ,ମଣ୍ଡଳ କରଣ, ଅଙ୍କୁରାରୋପଣ ପରେ ଘୃତ ଯଜ୍ଞ, ନାମ ଯଜ୍ଞ, ଅର୍ନ ଯଜ୍ଞ, ଗୋ ଯଜ୍ଞ, ଜ୍ଞାନ ଯଜ୍ଞ ପଣ୍ଡିତ କେଦାର ନାଥ ତ୍ରିପାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଶେଷ ଦିବସରେ ହନୁମାନ ଚାଳିଶା, ହନୁମାନ ଗାୟତ୍ରୀ ଦହନ ଓ ସୁନ୍ଦରାକାଣ୍ଡ ପରେ ପୂର୍ଣ୍ଣାହୁତି ହୋଇଥିଲା। ଧରାକୋଟ ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଓ ପୁର୍ବତନ ବିଧାୟିକା ନନ୍ଦିନୀ ଦେବୀ ପ୍ରମୁଖ ପ୍ରତିଷ୍ଠା ଉଛବରେ ଯୋଗଦାନ କରିଥିଲେ। କୁଷଗୁମା ଗ୍ରାମବାସୀ ଏଥିରେ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories