ଧରାକୋଟ ରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ

ଧରାକୋଟ ରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ

0 0
Read Time:2 Minute, 6 Second

ଧରାକୋଟରେ ରାଜସ୍ବ ବିଭାଗର ନିର୍ଦ୍ଦେଶ ପ୍ରକାରେ ଆଜି ଧରାକୋଟ ତହସିଲ ରେ ପ୍ରାୟ 700 ଜଣ ହିତାଧିକାରୀ ଙ୍କୁ ଗ୍ରାମ କଣ୍ଠ ପଟ୍ଟା ବଣ୍ଟନ କରଯାଇଛି। ଧରାକୋଟ ତହସିଲଦାର କବିରାଜ ପ୍ରଧାନ ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବି ଡି ଓ ଡେନିସ ବେହେରା, ଥାନା ଅଧିକାରୀ ମମତା ସାମନ୍ତରାୟ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ଅତିରିକ୍ତ ତହସିଲଦାର ଗୟା ଡମ୍ବୁରୁ ଧର ବେହେରା ସଂଯୋଜନା କରିଥିଲେ। ଆଜି ତହସିଲର ପ୍ରାୟ 700 ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ସଭାରେ ଗତ ମାସରେ 300 ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା ।ଧରାକୋଟ, ଢ଼ ଉଗାଁ, ମୁଣ୍ଡମରାଇ, ବରଡାବିଲି, ଜାହାଡା, ଝାଡ଼ବନ୍ଧ ଓ ମାଣିକପୁର ରାଜସ୍ୱନିରୀକ୍ଷକ ଯଜ୍ଞ ନାରାୟଣ ନାୟକ,ଶ୍ରୀକାନ୍ତ ରଥ, ଦିବାନନ୍ଦ ମଲିକ,ସଞ୍ଜୟ ସାହୁ, ରଞ୍ଜନ କୁମାର ବରାଡ,ବାବୁରାମ ନାୟକ ଓ ସୁଶାନ୍ତ କୁମାର ପୂଜାରୀ ଉପସ୍ଥିତ ରହିଥିବା ବେଳେ ସୀମାନଚଳ ମଲିକ ଓ ସନ୍ତୋଷ ପ୍ରଧାନ ଙ୍କ ସମେତ ସମସ୍ତ କର୍ମଚାରୀ ଏଥିରେ ସହଯୋଗ ପ୍ରଦାନ କରିଥିଲେ। ଏହି ଅବସରରେ ତହସିଲଦାର କବିରାଜ ପ୍ରଧାନ ରାଜସ୍ବ ବିଭାଗର ସମସ୍ତ ପ୍ରକାର ସେବା ସୁଚାରୁ ରୁପେ ସମସ୍ତ ହିତାଧିକାରୀଙ୍କୁ ଯୋଗାଇ ଦିଆଯାଉଥିବା ଉଲେଖ କରିବା ସହ ଯେଉଁ ମାନେ ଗ୍ରାମ କଣ୍ଠ ପଟ୍ଟା ଆବେଦନ କରିନାହାନ୍ତି ସେମାନେ ପୁନଃ ଆବେଦନ କରିପାରିବେ କାରଣ ରାଜସ୍ୱ ବିଭାଗ ଏହି ସମୟ ସୀମା ଆସନ୍ତା 2023 ଅକ୍ଟୋବର ମାସ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ସୂଚନା ଦେଇଥିଲେ ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ