କୋଟିନଡା ଥାନା ଅନ୍ତର୍ଗତ ଖାରିଆ ଗାଁ ଶେଷ ମୁଣ୍ଡରେ ଯୁବକର ମୃତ ଦେହ ଠାବ ।ମୃତ ଦେହର ଛାତି ପାଖରେ ଭଙ୍ଗା ବୋତଲରେ ଭୁସାବା ଭଳି ଚିନ୍ହ ରହିଛି।ଗୋଡ଼ରେ କ୍ଷତାକ୍ତ ଚିନ୍ହ ସାଙ୍ଗକୁ ପ୍ରବଳ ରକ୍ତସ୍ରାବ ହୋଇଥିବା ପରିଲକ୍ଷିତ ହୋଇଥିଲା।ପିନ୍ଧିଥିବା ପେଣ୍ଟ ଓ ସାର୍ଟ ଦେହରେ ଆଉ ନାହିଁ।ପାଖରେ ଭଙ୍ଗା ବୋତଲ ପଡିଛି।ଖୋଲା ମୃଦୁ ପନୀୟ ବୋତଲ ଏବଂଏକ ଟିଭିଏସ ଏକ୍ସିଲ ବାଇକ ପଡିଛି।ଉକ୍ତ ସ୍ଥାନରେ ଚିକେନ ପକୋଡା ଏଣେତେଣେ ପଡିଥିବା ଦେଖାଯାଇଛି।ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।କୋଟିନାଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ମୃତ ଜଣକ ଖାରିଆ ଗ୍ରାମର ୨୬ବର୍ଷୀୟ ମଙ୍ଗୁଳୁ ପ୍ରଧାନ।ସେ ବହୁ ଦିନହେଲା ସୁଦୂର ବେଙ୍ଗଲୁରରେ କାମ କରୁଥିଲେ।ଏଇ କିଛିଦିନ ତଳେ ମାଙ୍କ ଦେହ ଖରାପ ଯୋଗୁଁ ଦଣ୍ଡନାଟ ସମୟରେ ଗ୍ରାମକୁ ଆସିଥିଲେ।ତେବେ କିଭଳି ଆଉ କେଉଁ ପରିସ୍ଥିତିରେ ତାଙ୍କ ମୁତ୍ଯୁ ହୋଇଛି ତାହାର ତଦନ୍ତ କରୁଛି ପୋଲିସ।ଏହାକୁ ନେଇ ପରିବାର ଲୋକେ ଗତ ରାତ୍ରରେ ଘରୁ ଯାଇଥିଲା କିନ୍ତୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ନଫେରିବାରୁ ଅନେକ ଖୋଜା ଖୋଜି କରିଥିଲେ।ସକାଳୁ ମୃତ ଦେହ ଠାବ ହୋଇଥିଲା।ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଏବଂ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମା ଶଙ୍କର ସିଂ, ଥାନା ଅଧିକାରୀ କୃଷ୍ଣ ଶାହା ସଦଳ ବଳେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।ଏନେଇ ଥାନା କେଶ ନଂ୯୫/୨୩ ପ୍ରକାରେ ମାମଲା ରୁଜ୍ଜୁ କରି ତଦନ୍ତ କରାଯାଉଥିବା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସାହା ସୂଚନା ଦେଇଛନ୍ତି।


