ଏକ କୋଟି ରୁଦ୍ରାକ୍ଷରେ ହନୁମାନ ବିଗ୍ରହ ସ୍ଥାପନ: ୮୮୦କୋଟି ନାମ ଉନ୍ମୋଚନ

ଏକ କୋଟି ରୁଦ୍ରାକ୍ଷରେ ହନୁମାନ ବିଗ୍ରହ ସ୍ଥାପନ: ୮୮୦କୋଟି ନାମ ଉନ୍ମୋଚନ

0 0
Read Time:4 Minute, 0 Second

ଆସିକା ବାଣିବିହାରସ୍ଥିତ ଗୁରୁକୃପା ଆଶ୍ରମରେ ନିଆରେ ଢଙ୍ଗରେ ପାଳିତ ହୋଇଛି ହନୁମାନ

ଜୟନ୍ତୀ । ଏହି ଅବସରରେ ଏକକୋଟି ରୁଦ୍ରାକ୍ଷରେ ହନୁମାନ ବିଗ୍ରହର ମୂର୍ତ୍ତି ସ୍ଥାପନ କରାଯାଇଥିଲା । ଏତତ୍ ବ୍ୟତିତ ୮୮୦ କୋଟିର ରାମନାମକୁ ଉନ୍ମୋଚନ କରିଥିଲେ ସଦ୍‌ଗୁରୁ ଶ୍ରୀଶ୍ରୀ ଆତ୍ମାରାଜ ମହାରାଜ । ହଜାର ହଜାର ଭକ୍ତଙ୍କ ଦ୍ଵାରା ତୁଳସୀ କାଠିରେ ହନୁମାନ ସିନ୍ଦୁର ଦ୍ଵାରା ଏକ ଲକ୍ଷ ବେଲପତ୍ର ଉପରେ ଲେଖାଯାଇଥିବା ରାମନାମ  ବିଲ୍ଵପତ୍ରକୁ ପ୍ରଭୁ ରାମଚନ୍ଦ୍ର ଓ ହନୁମାନଙ୍କୁ ଅର୍ପଣ କରାଯାଇଥିଲା । ଏମିତିକି ୧୦୮ଥର ଚାଳିଶା ୨୧ ଥର ହନୁମାନ ଚାଳିଶା ପଠନ କରିଥିଲେ ଭକ୍ତମାନେ ।

ହନୁମାନଙ୍କ ପୂଜାର୍ଚ୍ଚନା, ବନ୍ଦନା, ଜଣାଣ, ସ୍ତୁତି ସ୍ତୋତ୍ର କରାଯାଇଥିଲା । ବେଦପଠନ, ଭଜନ, କିର୍ତ୍ତନ, ଘଣ୍ଟ ଘଣ୍ଟା,

ତାଳ, ମୃଦୁଙ୍ଗ ମାଧ୍ୟମରେ ଭକ୍ତମାନେ ସଂକୀର୍ତ୍ତନ କରି ନାମ ଗାଇ ବିଭୋର ହୋଇଥିଲେ ।ଏହି ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ବିଭିନ୍ନ ଭାଷାରେ  ସାଧକମାନଙ୍କ ଦ୍ଵାରା ଲେଖାଯାଇଥିବା ରାମନାମ ଲେଖାକୁ ଗୁରୁକୃପା ଆଶ୍ରମକୁ ଆସିବା ପରେ ଏହାକୁ ଗଛିତ

କରାଯାଇ ପୂଜା କରାଯାଇଥିଲା ।ଏହିସବୁ ଇଟା ସଦୃଶ କରି ରଖିବା ସହ ଏହାକୁ ନାମ ମନ୍ଦିର ଉଦ୍ଦେଶ୍ୟରେ ଗଛିତ କରା ଯାଇଛି । ଉଦ୍ଦେଶ୍ୟ ହେଉଛି ମର୍ଯ୍ୟଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ଭାବଧାରାକୁ ପ୍ରସାର । ଆଉ ଭକ୍ତ ହନୁମାନଙ୍କ ପ୍ରତି ଆଗାଧ ଭଲ ବାଇବାର ନିଦର୍ଶନ ।

ଭଗବାନଙ୍କ ସାନିଧ୍ୟ ନିମନ୍ତେ ଯପ, ତପ, ଓ ଧ୍ୟାନର ପନ୍ଥା ସାଧୁମାନେ ଆରମ୍ଭ କରିଥିଲେ । ମନୁଷ୍ୟର ମନ ଏଥୁରୁ ବିଚ୍ୟୁତ ହେବାରୁ ରାମନାମକୁ ଲେଖା ମାଧ୍ୟମରେ ପ୍ରକାଶ କରି ସଞ୍ଜମତାର ମନ୍ତ୍ର ଶିକ୍ଷା ଦେଇଛନ୍ତି ସଦ୍‌ଗୁରୁ ମାନେ କେଉଁ ଆବାହମାନ କାଳରୁ । 

ଆସିକା ଗୁରୁକୃପା ଆଶ୍ରମର  ପୃଥିବୀର ସର୍ବାଧୂକ ନାମ ଗଛିତ କରି ରଖିବା ରେକର୍ଡ କରିବାର ଉଦ୍ଦେଶ୍ୟ ନୁହେଁ। ତଥାପି ଯଦି ଇତିହାସ ପୃଷ୍ଠାକୁ ଦେଖିବା ତେବେ ଜଣାଯାଇଛି ଯେ ମଧ୍ୟପ୍ରଦେଶ ସତାନାର ମାନ ସଂଘ ରାମବନରେ ୧୫୦ କୋଟି ନାମ ରଖାଯାଇ, ସ୍ଥାପନ ହୋଇ ତିଆରି ହୋଇଛି ନାମ ମନ୍ଦିର । ସେହଭଳି କଲିତାର ହରିନାମ ସଂକୀର୍ତ୍ତନ ଭବନରେ ମଧ୍ୟ ରାମ ପତ୍ରିକା ପୂଜା ପାଉଛି । ନେପାଳ ପଶୁପତିଙ୍କ ନିକଟରେ ଅଛି ନାମ ପତ୍ରିକା ସ୍ତୁପ ।ଦକ୍ଷିଣ ଆଫ୍ରିକା ଓ ନାଇରୋବିର କେତେକ ସ୍ଥାନରେ ୧୨୫ କୋଟି ନାମପତ୍ର ସଂଗୃହିତ ହୋଇ ମନ୍ଦିର ପ୍ରତିଷ୍ଠା କରାଯାଇଛି । ତେବେ ଆସିକା ଗୁରୁକୃପା ଆଶ୍ରମରେ ପୃଥିବୀର ସର୍ବାଧୂକ ନାମ ସଂଗୃହିତ ହୋଇଛି ।

ପବିତ୍ର  ହନୁମାନ ଜୟନ୍ତୀ ପାଳନ ଅବସରରେ  ଏକକୋଟି ରୁଦ୍ରାକ୍ଷରେ ବିଗ୍ରହ ସ୍ଥାପନ ଓ ୮୮୦ କୋଟି ନାମ ଉନ୍ମୋଚନ ସମସ୍ତ ଭକ୍ତବୃନ୍ଦଙ୍କୁ ବିଭୋଳିତକରି ଦେଇଥିଲା । କୁହାଯାଏ କଳିଯୁଗରେ ନାମ ହିଁ ଶ୍ରେଷ୍ଠ । ନାମହେଉଛି ସଂୟ ହନୁମାନଙ୍କ ସ୍ୱରୂପ । ସେଇ ହନୁମାନଙ୍କୁ ଓ ପ୍ରଭୂ ଶ୍ରୀ ରାମଚନ୍ଦ୍ରଙ୍କୁ ଆରଧନା କରିବା ପାଇଁ ନାମ ମନ୍ଦିର ପ୍ରତିଷ୍ଠା ପାଇଁ ଗୁରୁକୃପା ଆଶ୍ରମ ପ୍ରତିଷ୍ଠାତା ସଦ୍‌ଗୁରୁ ଶ୍ରୀଶ୍ରା ଆତ୍ମାରାମ ମହାରାଜଙ୍କ  ସଦ୍‌ଇଛା କ୍ରମେ ଓ ନିର୍ଦ୍ଦେଶ ପ୍ରକାରେ ସାଧକମାନଙ୍କ ଏ ପ୍ରୟାସ ଓ ମହତ ପଦକ୍ଷେପ ଅଟେ ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ସ୍ପେଶାଲ୍ ରିପୋର୍ଟ