ଆସିକାର ଅରାଧ୍ୟ ଦେବୀ ମା ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ର ଆରମ୍ଭ ହୋଇଛି।ପ୍ରତ୍ୟେକ ଦିନ ରାତ୍ରରେ ମା ସିଂହ ବିମାନରେ ବିରାଜମାନ ହୋଇ ନଗର ପରିକ୍ରମା ଯାଇ ବିଳମ୍ବିତ ରାତ୍ରରେ ଗମ୍ଭୀରାକୁ ଫେରନ୍ତି।ନଗର ପରିକ୍ରମା ସକାଶେ ମାନସିକ କରିଥିବା ଭକ୍ତମାନଙ୍କ ଘର ଆଗରେ ମାଙ୍କୁ ପଣା ଓ ଭୋଗ ପ୍ରଦାନ କରିଥାନ୍ତି।ମାଙ୍କ ପରିକ୍ରମା ଘଣ୍ଟ ଘଣ୍ଟା, କୀର୍ତ୍ତନ ଦଳ,ବାଣ ବାଜଣା ଓ ରୋଶଣୀ ମଧ୍ୟରେ ମା ଖମ୍ବେଶ୍ୱରୀପାଟଣା, କୋର୍ଟଛକ,ବିନାୟକ ବଜାର,ଲକ୍ଷ୍ମୀ ବଜାର, ବସଷ୍ଟାଣ୍ଡ,କୁମ୍ଭାର ସାହି ସହ ବାଣୀବିହାର ଓ ପଲ୍ଲୀକୁ ଯାଇ ମଧ୍ୟ ରାତ୍ରରେ ମା ଗମ୍ଭୀରାକୁ ଫେରନ୍ତି ।ଗ୍ରାମବାସୀ ମାନେ ନିଜ ଘର ଆଗରେ ଲିପା ପୋଛା କରି ପୂର୍ଣକୁମ୍ଭ ସଜାଡି ଦୀପ ପ୍ରଜ୍ୱଳନ କରି ଭୋଗ ବାଢ଼ନ୍ତି।ଗତ ସାତ ତାରିଖରୁ ପ୍ରତ୍ୟେକ ଦିନ ମା ରାତ୍ରରେ ନଗର ପରିକ୍ରମା ୨୯ ତାରିଖ ପର୍ଯ୍ୟନ୍ତ ବୁଲିବେ ଏବଂ ୩୦ ତାରିଖ ଦିନ ଏନ ଏ ସି ଅଫିସ ଆଗରେ ଅସ୍ଥାୟୀ ମଣ୍ଡପ ଠାରେ ବିରାଜମାନ ହୋଇ ଦିନ ତମାମ ସେଠାରେ ଲୋକଙ୍କୁ ଦର୍ଶନ ଦେବେ ଏବଂ ଉକ୍ତଦିନ ଯାତ୍ରା ଶେଷ ହେଉଥିବା ଯୋଗୁଁ ବହୁ ନାଟକ ମଞ୍ଚସ୍ଥ ହେବ।ମେ ୧ ଦିନ ମା ଅସ୍ଥାୟୀ ମଣ୍ଡପରୁ ବାହାରି ଗ୍ରାମବାସୀ ଏବଂ ଭକ୍ତଙ୍କ ସହ ହୋଲି ଖେଳି ମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ।ଏଥି ପାଇଁ ପରିଚାଳନା କମିଟି ଓ ଯାତ୍ରା କମିଟି ଏବଂ ଗ୍ରାମବାସୀ ଙ୍କ ପକ୍ଷରୁ ସାହାଯ୍ୟ ଓ ସହଯୋଗ କରିଥାନ୍ତି।

