ଆସିକା ସନ୍ଧିନୁଆଁପଲ୍ଲୀରେ ପଞ୍ଚୁଦଣ୍ଡ ମିଳନ

ଆସିକା ସନ୍ଧିନୁଆଁପଲ୍ଲୀରେ ପଞ୍ଚୁଦଣ୍ଡ ମିଳନ

0 0
Read Time:1 Minute, 29 Second

ଆସିକା ବ୍ଲକ ଖରିଆ ପଞ୍ଚାୟତର ସନ୍ଧିନୁଆଁପଲ୍ଲୀ ଗ୍ରାମରେ ପଞ୍ଚୁଦଣ୍ଡ ମିଳନ ଅୟୋଜନ ହୋଇଥିଲା।ସନ୍ଧିନୁଆଁପଲ୍ଲୀ ଗ୍ରାମର ସାହୁ ପରିବାରଙ୍କ ଦ୍ୱାରା ଗ୍ରାମବାସୀଙ୍କ ସହଯୋଗରେ ପଞ୍ଚୁଦଣ୍ଡ ମିଳନ ହୋଇଥିଲା।ନିମନ୍ତ୍ରଣ ପ୍ରକାରେ ଆସିକା,ଗହଙ୍ଗୁ,କବିସୂର୍ଯ୍ୟନଗର, ଖୁକୁଣ୍ଡିଆ ଓ ଗୋଲିଆ ଦଣ୍ଡଦଳ କର୍ତ୍ତା ଭଗବାନ ସାହୁଙ୍କ ଘର ସମ୍ମୁଖରେ ପହଞ୍ଚି ଥିଲେ।ମା କାଳୀ ଓ ଦଣ୍ଡ ଗୋସାଇଁଙ୍କୁ ସ୍ୱାଗତ, ସମ୍ବର୍ଦ୍ଧନା,ବନ୍ଦନା ଓ ଅର୍ଚନା କରାଯିବା ପରେ ଧୂଳିଦଣ୍ଡ ପରେ ନିକଟସ୍ଥ ଜଳାଶୟରେ ପାଣିଦଣ୍ଡ ହୋଇଥିଲା।ସନ୍ଧ୍ୟାରେ ଆଳତୀ ମଧ୍ୟରାତ୍ରରେ ଦଣ୍ଡୁଆଙ୍କ ଅନ୍ନ ପ୍ରସାଦ ସରିବା ପରେ କାଳୀକା ଉଭା କରାଯାଇଥିଲା। ୟାପରେ ଆସିକା ଦଣ୍ଡର ଛୁଇଁଦେଲେ ମେଘ ବରଷି ଯାଏ,ଗହଙ୍ଗୁ ଦଣ୍ଡର ରାମ ହନୁମାନ ଯୁଦ୍ଧ, କବିସୂର୍ଯ୍ୟନଗର ଦଣ୍ଡର କଳା କାହୁଁ ମୋର କଳିଆ ସୁନା,ଖୁକୁଣ୍ଡିଆ ଦଣ୍ଡର ଏତେ ଦୁଃଖ କାଇଁ ଦେଲୁ ଦଇବ ଏବଂ ଗୋଲିଆ ଦଣ୍ଡର ଅଧା ରାତିର ସାଥୀ ଏଭଳି ସାଂସ୍କୃତିକ ଓ ସାମାଜିକ ନାଟକ ମଞ୍ଚସ୍ଥ ହୋଇଥିଲା।ଦିନତାମମ ଏଠି ଅସ୍ଥାୟୀ ବଜାର ବସିଥିଲା।ରାତ୍ରସାରା ନାଟକକୁ ଲୋକେ ଉପଭୋଗ କରିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ