ଧରାକୋଟ ଅଞ୍ଚଳରେ ର ରାମ ନବମୀ ପାଳନ

ଧରାକୋଟ ଅଞ୍ଚଳରେ ର ରାମ ନବମୀ ପାଳନ

0 0
Read Time:1 Minute, 29 Second

ଧରାକୋଟ, ମୁଣ୍ଡମରାଇ ଓ କିରାଖାଇ ମଠ ପରିସରରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କ ଜନ୍ମ ମହୋଛବ ଆଜି ପ୍ରଚଳିତ ପରମପରା ଅନୁଯାୟୀ ପାଳନ ହୋଇଯାଇଛି। ଧାରାକୋଟ ସ୍ଥିତ ରାମ ବନବାସ ମଠ ବା ସୀତା ସ୍ବାମୀ ସତସଙ୍ଗ କେନ୍ଦ୍ର ରେ ଗତ ବୁଧବାର ସନ୍ଧ୍ୟାରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବା ପରେ ଆଜି ପ୍ରତ୍ୟୁସ ରୁ ବିଗ୍ରହ ପୂଜା ପରେ ନାମ ଯଜ୍ଞ,ଘୃତ ଯଜ୍ଞ ଓ ସନ୍ଧ୍ୟାରେ ଅର୍ନ ଯଜ୍ଞ ହୋଇଥିଲା ।ନିକଟସ୍ଥ ମୁଣ୍ଡମରାଇ ଗ୍ରାମରେ ରାମ ନବମୀ ପାଳନ ଅବସରରେ ଶ୍ରଦ୍ଧାଳୁ ଭକ୍ତମାନେ ପ୍ରାତଃ କାଳ ରୁ ରାମ ଧୁନ ବୋଲି ଗ୍ରାମ ପରିକ୍ରମା କରିଥିଲେ । ସେହିପରି ଐତିହାସିକ କିମ୍ବଦନ୍ତୀ ବହନ କରୁଥିବା କିରାଖାଇ ମଠରେ ମହନ୍ତ ଗୋବିନ୍ଦ ଚନ୍ଦ୍ର ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାମ ନବମୀ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହାକୁ ମହନ୍ତ ଦୀନବନ୍ଧୁ ଦାସ ମାର୍ଗ ଦର୍ଶନ କରିଥିଲେ। ପ୍ରାତଃ କାଳ ରୁ ମଠରେ ଉପବିଷ୍ଟ ବିଗ୍ରହଙ୍କ ପୂଜା ଅର୍ଚ୍ଚନା ପରମ୍ପରା ଅନୁଯାୟୀ ଆରମ୍ଭ ହେବାପରେ ଘୃତ ଯଜ୍ଞ ସମାପନ ପରେ ପ୍ରସାଦ ସେବନ କର୍ଯ୍ୟକ୍ରମ ହୋଇଥିଲା । ସନ୍ଧ୍ୟାରେ ପ୍ରବଚନ ପରିବେଷଣ କରାଯାଇଥିଲା ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍