ଆସିକା ବିଜ୍ଞାନ ମହାବିଦ୍ୟାଳୟର ହିନ୍ଦୀ ଭାଷା ସାହିତ୍ୟ ଛାତ୍ରୀ ଶ୍ରେଷ୍ଠତମ ସ୍ନାତକ କଳାରେ ଗୋଲ୍ଡ ମେଡାଲ

ଆସିକା ବିଜ୍ଞାନ ମହାବିଦ୍ୟାଳୟର ହିନ୍ଦୀ ଭାଷା ସାହିତ୍ୟ ଛାତ୍ରୀ ଶ୍ରେଷ୍ଠତମ ସ୍ନାତକ କଳାରେ ଗୋଲ୍ଡ ମେଡାଲ

0 0
Read Time:3 Minute, 48 Second

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୪ତମ ଆନୁଷ୍ଠାନିକ ସମାବର୍ତ୍ତନ ଉତ୍ସବରେ ଓଡିଶାର ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ, କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ତଥା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିତ୍ବଙ୍କ ଦ୍ବାରା ଆସିକା ବିଜ୍ଞାନ ମହାବିଦ୍ୟାଳୟର ଜନୈକ  ହିନ୍ଦୀ ଭାଷା ସାହିତ୍ୟ ସମ୍ମାନ ଛାତ୍ରୀ ସୁଶ୍ରୀ ପ୍ରିୟଙ୍କା ପାତ୍ରଙ୍କୁ ଶ୍ରେଷ୍ଠତମ ସ୍ନାତକ କଳା, ୨୦୨୨ ବର୍ଷ ପାଇଁ ଗୋଲ୍ଡ ମେଡାଲ ମିଳିଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ  ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସୁଶ୍ରୀ ପାତ୍ରଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ସେ ଗଞ୍ଜାମ ଜିଲ୍ଲା ଆସିକା ବ୍ଳକ ହରିଡ଼ାପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁମ୍ଭାରୀ ଗ୍ରାମ ନିବାସୀ ଶ୍ରୀ ରାଜେନ୍ଦ୍ର ପାତ୍ର ଏବଂ ଶ୍ରୀମତୀ ଗୀତାଞ୍ଜଳି ପାତ୍ରଙ୍କ ସୁକନ୍ୟା ଅଟନ୍ତି। ସେ ଏହି ସଫଳତାର ଶ୍ରେୟ ମହାବିଦ୍ୟାଳୟ  ଅଧ୍ୟକ୍ଷ ଡ. ତ୍ରିପାଠୀଙ୍କ ବଳିଷ୍ଠ ଏବଂ ଯୋଜନାବଦ୍ଧ ଶୈକ୍ଷିକ ପରିବେଶ ତଥା ହିନ୍ଦୀ ବିଭାଗର ଅଧ୍ୟାପକ ଶ୍ରୀ ରାଜେଶ୍ କୁମାର ସାହୁ ତଥା ଅଧ୍ୟାପିକା ଶ୍ରୀମତୀ ଜିନିତ୍ ସବା ତଥା ଶ୍ରୀମତୀ ଏ. ଲକ୍ଷୀ ଦୋରା ଏବଂ ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କୁ ଅର୍ପଣ କରିଛନ୍ତି। ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣ ତଥା ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ବଳିଷ୍ଠ ତତ୍ତ୍ବାବଧାନରେ ଏବଂ ନିଜର ଅଧ୍ୟବସାୟରେ ଏହା ସମ୍ଭବପର ହୋଇପାରିଛି ବୋଲି ସେ କହିଛନ୍ତି। ସୁଶ୍ରୀ ପାତ୍ର ଉକ୍ତ ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣ ପାଇଁ ଗର୍ବ ଓ ଗୌରବ  ଆଣିପାରିଛନ୍ତି। ସୁଶ୍ରୀ ପାତ୍ର ହିନ୍ଦୀ ଭାଷା ସାହିତ୍ୟ ସମ୍ମାନରେ ମଧ୍ୟ ବିଶ୍ବ ବିଦ୍ୟାଳୟ ସ୍ତରରେ ଶ୍ରେଷ୍ଠତମ ସଫଳତା ହାସଲ କରିପାରିଛନ୍ତି। ସଂପ୍ରତି ସୁଶ୍ରୀ ପାତ୍ର କଟକ ସ୍ଥିତ ରେଭେନ୍ସା ବିଶ୍ବ ବିଶ୍ବବିଦ୍ୟାଳୟରେ ହିନ୍ଦୀ ସ୍ନାତକୋତ୍ତରରେ ଅଧ୍ୟୟନରତ। ଲଗାତାର ହିନ୍ଦୀ ବିଭାଗ ତରଫରୁ ଦୀର୍ଘ ବାର ବର୍ଷ ଧରି ହିନ୍ଦୀ ଭାଷା ସାହିତ୍ୟରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଟପ୍ପର ଏବଂ ଦ୍ବିତୀୟ ଥର ପାଇଁ ମଧ୍ୟ ହିନ୍ଦୀ ବିଭାଗ ତରଫର ହିଁ ଶ୍ରେଷ୍ଠତମ କଳାରେ ଗୋଲ୍ଡ ମେଡାଲ ସମ୍ମାନରେ ବିଦ୍ୟାର୍ଥୀମାନେ ସମ୍ମାନିତ ହୋଇଆସୁଛନ୍ତି। ଆଗାମୀ ଭବିଷ୍ୟତରେ ମଧ୍ୟ ହିନ୍ଦୀ ବିଭାଗର ଅଧ୍ୟାପକ ରାଜେଶ୍ କୁମାର ସାହୁ, ଅଧ୍ୟାପିକା ଜିନିତ୍ ସବା ଏବଂ ନବାଗତ ଅଧ୍ୟାପିକା କୁନିକା ଦାଶଙ୍କ  ପ୍ରେରଣାରେ ହିନ୍ଦୀ ଛାତ୍ର ଛାତ୍ରୀଙ୍କ ପାଇଁ ଏହି ପ୍ରକ୍ରିୟା ଜାରୀ ରହିବ ଏବଂ ଉଚିତ୍ ମାର୍ଗ ମିଳିବାରେ ଯତ୍ନବାନ ରହିବେ ବୋଲି ଅନୁରୂପ ଆଶା କରାଯାଉଛି। ତେଣୁ ମହାବିଦ୍ୟାଳୟରେ ହିନ୍ଦୀ ଭାଷା ସାହିତ୍ୟ ସ୍ନାତକୋତର ପାଠ୍ୟକ୍ରମର ଶୁଭାରମ୍ଭ ହୋଇପାରିଲେ ହିନ୍ଦୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୟଳମୟ ହୋଇପାରିବ ବୋଲି ଆସିକା ଅଞ୍ଚଳର ହିନ୍ଦୀ ବିଦ୍ୟାର୍ଥୀ ମହଲରେ ଆଗ୍ରହର ଆଲୋଡନ ସୃଷ୍ଟି ହୋଇଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ