ନବୀନଙ୍କ ଦିନିକିଆ ଗଞ୍ଜାମ ଗ୍ରସ୍ତରେ କବିସୂର୍ଯ୍ୟନଗର ଠାରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଉତ୍ସବକୁ ସଫଳ କରିବା ନିମନ୍ତେ ଏକ ଜରୁରୀ ବୈଠକ ଆସିକା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଗଂଜାମ ଯୁବ ବିଜେଡ଼ି ସଭାପତି ନଚିକେତ ସ୍ବାଇଁ,ଅଭିମନ୍ୟୁ ନାହାକ,ସତ୍ୟନାରାୟଣ ସ୍ବାଇଁ,ଭଗବାନ ସାହୁ, ମନୋଜ ଦୋରା,ଅନିମା ପରିଡ଼ା,ରଶ୍ମିତା ସେନାପତି ପ୍ରମୁଖ ଯୋଗଦେଇ ପରାମର୍ଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ଗ୍ରସ୍ତରେ ଏସ ହେଚ ଜି ମହିଳାଙ୍କୁ ସହାୟତା ରାଶି ପ୍ରଦାନ, ଜନସାଧାରଣ ଓ ଦଳୀୟ କର୍ମକର୍ତ୍ତାମାନଙ୍କୁ ଦିଗଦର୍ଶନ ଦେବାର କାର୍ଯ୍ୟକ୍ରମ ରହିଛି।ଏହି ଉପଲକ୍ଷେ ଆସିକା ନିର୍ବାଚନମଣ୍ଡଳୀର ବିଜୁ ଜନତା ଦଳର ସମସ୍ତ ପଞ୍ଚାୟତ,ବ୍ଲକ, ଏନ. ଏ. ସି ପ୍ରତିନିଧି, ସମସ୍ତ ଦଳୀୟ କର୍ମକର୍ତ୍ତା,ବୁଦ୍ଧିଜୀବି, ଜନସାଧାରଣ ବହୁ ସଂଖ୍ୟାରେ ଯେହୁଁଭଳି ଯୋଗ ଦେବେ ସେହି ପରିପ୍ରେକ୍ଷୀରେ ଆସିକା ନିର୍ବାଚନମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଏଇ ପ୍ରସ୍ତୁତି ବୈଠକ ଆୟୋଜନ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଆସିକା ଏବଂ କବିସୂର୍ଯ୍ୟନଗର ସମସ୍ତ ନିର୍ବାଚିତ ପ୍ରତିନିଧିମାନେ ଏବଂ ବିଜୁ ଜନତା ଦଳ ର ସମସ୍ତ ବରିଷ୍ଠ ନେତ୍ରୁ ମଣ୍ଡଳୀ,ଯୁବ , ଛାତ୍ର, ମହିଳା, କୃଷକ ଜନତା ଦଳ,ର ସମସ୍ତ ରାଜ୍ୟ ସ୍ତରୀୟ, ଜିଲ୍ଲା ସ୍ତରୀୟ, ବ୍ଲକ ସ୍ତରୀୟ, ପଞ୍ଚାୟତୟତ ସ୍ତରୀୟ କର୍ମକର୍ତ୍ତାଙ୍କ ସମେତ ବିଜୁ ଜନତା ଦଳର ସମସ୍ତ ଅଗ୍ରଣୀ କର୍ମୀବୃନ୍ଦ,ବିଜୁ ପ୍ରେମୀ ମାନେ ନିଶ୍ଚିତ ରୁପେ ମୁଖ୍ୟମନ୍ତ୍ରୀ ଙ୍କ ଗ୍ରସ୍ତରେ ଯୋଗ ଦେବା ପାଇଁ ଅନୁରୋଧ କରାଯାଇଥିଲା।

