ଶୁଳିଆ ପାହାଡ଼ରେ ନିଆଁ ଲାଗି ଜନଜୀବନ ଅସ୍ତବ୍ୟସ୍ତ

ଶୁଳିଆ ପାହାଡ଼ରେ ନିଆଁ ଲାଗି ଜନଜୀବନ ଅସ୍ତବ୍ୟସ୍ତ

0 0
Read Time:1 Minute, 24 Second


ଧରାକୋଟ ଗଡର ଚାରିପଟେ ଘେରି ରହିଥିବା ସୁଳିଆ ପାହାଡ଼ରେ ଗତ ରାତିରୁ ନିଆଁ ଲାଗି ବ୍ୟାପକ ଜଙ୍ଗଲ ଜଳିବାରେ ଲାଗିଛି । ଧରାକୋଟ, ମଲିଝର, ସରପଡା, ଟିନିଟିନା, ମାଧପୁର,ଗୋପାଳପୁର, ହୀରାଖଣ୍ଡି, କୁଶରାବ, ମୁଣ୍ଡମାରାଇ ପ୍ରଭୃତି ଗ୍ରାମରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବନବିଭାଗ ଏହାର ପ୍ରତିହତ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସବୁଜ ବଳୟ ସୃଷ୍ଟି ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ସୃଷ୍ଟି କରୁଥିବା ବେଳେ କିଛି ଅସାଧୁ ବ୍ୟକ୍ତି ମାନଙ୍କ ପାଇଁ ପରିବେଶ ପ୍ରଦୂଷିତ ହେଉଛି । ଅଶହ୍ୟ ଗୁଳୁଗୁଳି ସାଙ୍ଗକୁ ବାଉଁଶ, ଗଛ,ଲତା ଦୀର୍ଘ ଅଞ୍ଚଳକୁ ଧରି ଜଳୁଥିବାରୁ ବନ୍ୟ ପ୍ରାଣୀମାନଙ୍କ ପାଇଁ ବିପଦ ଦେଖା ଦେଇଛି। ଅଞ୍ଚଳରେ ଧୁଆଁର ଏକ ଆସ୍ତରଣ ସୃଷ୍ଟି ହୋଇଛି । ବନବିଭାଗ ତରଫରୁ ବନପାଳ ଅକ୍ଷୟ ତ୍ରିପାଠୀ ଙ୍କ ନେତୃତ୍ବରେ ନିଆଁ ଲିଭାଇବାକୁ ଚେଷ୍ଟା ଜାରି ରହିଛି। ଜଙ୍ଗଲ ନିଆଁ ଲିଭାଇବା ଅଗ୍ନିଶମ ବିଭାଗ କର୍ମଚାରୀ ମାନଙ୍କ ପାଇଁ ସହଜ ସାଧ୍ୟ ହେଉନାହିଁ । ଅନ୍ୟ ପଟରେ ଆଦିବାସୀ ମାନଙ୍କ ପକ୍ଷରୁ ନିଆଁ ଲଗାଯାଇଥିବା ଖବର ଆସୁଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories