ଆସିକା ବିଜ୍ଞାନ ମହାବିଦ୍ୟାଳୟର ୫୫ତମ ବାର୍ଷିକ ଉତ୍ସବ ସମାରୋହ

ଆସିକା ବିଜ୍ଞାନ ମହାବିଦ୍ୟାଳୟର ୫୫ତମ ବାର୍ଷିକ ଉତ୍ସବ ସମାରୋହ

0 0
Read Time:5 Minute, 45 Second

ଆସିକା ବିଜ୍ଞାନ ମହାବିଦ୍ୟାଳୟର ୫୫ତମ ବାର୍ଷିକ ଉତ୍ସବ ସମାରୋହ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏବଂ ଉକ୍ତ କଲେଜର ମାନବିକତା (କଳା), ବିଜ୍ଞାନ ଏବଂ ବାଣିଜ୍ୟ ସମାଜର ମିଳିତ ଆନୁକୂଲ୍ୟରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିରୂପେ ଆସିକା ନିର୍ବାଚନ ମଣ୍ଡଳିର ଲୋକସଭା ସଦସ୍ୟା ପ୍ରମିଳା ବିଶୋୟୀ ଏବଂ ସମ୍ମାନନୀୟା ଅତିଥି ଆସିକା ବିଧାନ ସଭା ସଦସ୍ୟା ମଞ୍ଜୁଳା ସ୍ବାଇଁ, ସମ୍ମାନନୀୟ ଅତିଥିରୂପେ ଦକ୍ଷିଣ ଓଡ଼ିଶା ଆଞ୍ଚଳିକ ଶିକ୍ଷା ବିଭାଗ, ବ୍ରହ୍ମପୁରର ନିର୍ଦ୍ଦେଶକ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଏବଂ ଉକ୍ତ କଲେଜ ପରିଚାଳନା କମିଟିର ସଭାପତି ଅବସର ପ୍ରାପ୍ତ ପ୍ରଫେସର ପ୍ରସନ୍ନ କୁମାର ପ୍ରଧାନ ତଥା ମୁଖ୍ୟ ବକ୍ତା ରୂପେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ବ୍ରହ୍ମପୁର, ଉପ-ସଚ଼ିବ ଡ. କୁଳମଣି ଓଝା ଯୋଗଦାନ କରିଥିଲେ। ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ତଥା ଉପଢୌକନ ମାଧ୍ୟମରେ ମଞ୍ଚାସୀନ କରାଯାଇଥିଲା। ତତ୍ ସଙ୍ଗେ ବେଦଜ୍ଞ ଗବୈୟା ଧନଞ୍ଜୟ ମହାପାତ୍ରଙ୍କ ବେଦପାଠ ମନ୍ତ୍ରଧ୍ବନୀ ଦ୍ବାରା ଦେବ ବିଗ୍ରହରେ ଅତିଥିମାନଙ୍କ ଦ୍ବାରା ପୁଷ୍ପମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ବଳନ କରାଯାଇଥିଲା। ଉକ୍ତ ଉତ୍ସବର ଉପ ସଭାପତି ଅଧ୍ୟାପକ ଦେବବ୍ରତ ସାହୁ ମଞ୍ଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଛାତ୍ର ପ୍ରତିନିଧି ଅମିତ୍ ବିକ୍ରମ ମହାପାତ୍ର ମହାବିଦ୍ୟାଳୟର ବିଗତ ଏବଂ ଚଳିତ ବର୍ଷର ସଂପୂର୍ଣ୍ଣ ବିବରଣୀ ପାଠ କରିଥିଲେ। ଛାତ୍ର ତୌଫିକ ଅଲ୍ଲୀ ଓଡ଼ିଶା ମାଟିର ସୌନ୍ଦର୍ଯ୍ୟର ଜୟଗାନ ସଙ୍ଗୀତ ପରିବେଷଣ କରିଥିଲେ। ଅଧ୍ୟକ୍ଷ ଡ. ତ୍ରିପାଠୀ ନିଜର ସଭାପତିତ୍ବ ଭାଷଣ ରଖିଥିଲେ। ମୁଖ୍ୟ ଅତିଥି ମାତୃ ଶକ୍ତି, ମିଶନ ଶକ୍ତି ଏବଂ ନାରୀ ଶସକ୍ତିକରଣର ବାର୍ତ୍ତା ମାଧ୍ୟମରେ ଛାତ୍ରୀମାନଙ୍କୁ ଦେଶ ଏବଂ ରାଜ୍ୟର ଉନ୍ନତି ପଥରେ ସାମିଲ ହେବା ପାଇଁ ଆହ୍ବାନ କରିଥିଲେ। ସମ୍ମାନନୀୟା ଅତିଥି ଆସିକା ବିଧାନ ସଭା ସଦସ୍ୟା ଶ୍ରୀମତୀ ସ୍ବାଇଁ ଉକ୍ତ କଲେଜର ବିକାଶଧାରାରେ ନିଜକୁ ବ୍ରତୀ କରିବା ପାଇଁ ସମସ୍ତଙ୍କୁ ପ୍ରବୃଦ୍ଧ କରିଥିଲେ। ପରିଚାଳନା କମିଟି ସଭାପତି ପ୍ରଫେସର ପ୍ରଧାନ ଚରିତ୍ରକୁ ପରିମାର୍ଜିତ କରିବା ପାଇଁ ଛାତ୍ର ଛାତ୍ରୀଙ୍କୁ ଆହ୍ବାନ କରିଥିଲେ। ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡ. ତ୍ରିପାଠୀ ମୋବାଇଲର ସଠିକ୍ ଉପଯୋଗ ତଥା କଲେଜ ଅଧ୍ୟାପନାର ସଂକ୍ଷିପ୍ତ ପାଞ୍ଚ ବର୍ଷ ଅବଧିକୁ ଦୀର୍ଘ ପଞ୍ଚଷଠି ବର୍ଷର ସୁନିୟନ୍ତ୍ରିତ ଜୀବନ ଜୀବିକାର ମନ୍ତ୍ର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ନିଜର ମତ ସାବ୍ୟସ୍ତ କରିଥିଲେ। ମୁଖ୍ୟବକ୍ତା ଡ. ଓଝା ବିଦ୍ୟାର୍ଥି ଜୀବନର ପ୍ରତିଟି କ୍ଷଣକୁ ଶୃଙ୍ଖଳିତ ଭାବେ ବିନିଯୋଗ କରିବା ପାଇଁ ଉପଦେଶ ରଖିଥିଲେ ଏବଂ ଉକ୍ତ କଲେଜର ମହାର୍ଘ୍ୟ ୫୫ ବର୍ଷର ପୂର୍ବ ଗର୍ବ ଓ ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଛାତ୍ର ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ବାର୍ଷିକ ଉତ୍ସବ ନିମନ୍ତେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରକାରର ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିଙ୍କ କରକମଳରେ ପୁରଷ୍କାର ବିତରଣ କରାଯାଇଥିଲା। କଲେଜ ଅଧ୍ୟାପିକା ଦ୍ବୟ ସେଇଲ୍ ଝା ଏବଂ ସପା ରଂଜିତା ରାଣୀ ତଥା ସରୋଜ କୁମାର ପଣ୍ଡାଙ୍କ ଦ୍ବାରା ଅଙ୍କରିଙ୍ଗ ପରିବେଷଣ ହୋଇଥିଲା।  ଉକ୍ତ କଲେଜ ଏନ୍.ସି.ସିର ମେଜର ଶଙ୍କର ପ୍ରସାଦ ଅଧିକାରୀଙ୍କୁ ଆସିକା ଲୋକସଭା ସଦସ୍ୟା ପ୍ରମିଳା ବିଶୋୟୀଙ୍କ ଦ୍ବାରା କଲେଜ ତରଫରୁ ଏଏନ୍ଓ ମାନ୍ୟତା ପୁରଷ୍କାର ପ୍ରଦାନ କରାଯାଇଥିଲା। ୨୦୨୧-୨୨ ସତ୍ରର ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସ୍ତରରେ ହିନ୍ଦୀ ଭାଷା ସାହିତ୍ୟ ସମ୍ମାନନରେ ସମସ୍ତ ଦଶ ଜଣ ଛାତ୍ରୀ ତଥା ରାଜନିତୀ ଏବଂ ଅର୍ଥଶାସ୍ତ୍ର ସମ୍ମାନରେ ଜଣେ ଲେଖାଏଁ ଛାତ୍ରୀ କୃତିତ୍ବ ହାସଲ କରିଥିବାରୁ ସେମାନଙ୍କୁ କଲେଜ ତରଫରୁ ମାନପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା।  ଉକ୍ତ କଲେଜ ଛାତ୍ର ଛାତ୍ରୀଙ୍କ ଦ୍ବାରା ବେଶ୍ ମନଲୋଭା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସେଥିମଧ୍ୟରୁ ଅଧ୍ୟାପକ ଅରୁଣ କୁମାର ସେଠୀଙ୍କ ଦ୍ବାରା ପରିବେଷଣ କନ୍ୟା ଭୃଣ ହତ୍ୟାର ମୂଳତ୍ପାଟନ ମଞ୍ଚସ୍ତ ସାମଜିକ ନାଟକ ସମସ୍ତଙ୍କୁ ଆକୃଷ୍ଟ କରିପାରିଥିଲା। ଉକ୍ତ ଉତ୍ସବରେ କଲେଜର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ, ରେଡକ୍ରସ୍, ଏନ୍ ଏସ୍ ଏସ୍ ଏବଂ ଏନ୍ ସିସିର ସ୍ବେଚ୍ଛାସେବୀ ଛାତ୍ର ଛାତ୍ରୀ,  ସାମିଲ ହୋଇଥିଲେ।  ପରିଶେଷରେ ଉକ୍ତ ଉତ୍ସବର ଉପ ସଭାପତି ପ୍ରଫେସର କେଦାର ନାଥ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories