ଧରାକୋଟ ବ୍ଲକର ବରଡ଼ାବାଲି କ୍ଲାଷ୍ଟର ଅଧିନସ୍ଥ ପ୍ରତାପୁର ପ୍ରାଥମିକ ବିଦ୍ୟାଳୟ, ଆଠ ଘରିଆ, କୁଶଗୁମା, ଦସମାଇଲି, କହିରାପାଲି, ଟାଟା କଲୋନୀ,ନାରାୟଣ ପୁର,ଖରିଗୁମା,ନୋଡାଲ ଉଚ୍ଚ ବିଦ୍ୟାଳୟ ହରିପୁର ଓ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବରଡାବାଲି ରେ ଚଳିତ ଶିକ୍ଷା ବର୍ଷ 2022/23 ପାଇଁ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଛି। ସେପ୍ଟେମ୍ୱର ଦୁଇ ତାରିଖ ଠାରୁ ପ୍ରତ୍ୟେକ ଦିନର କାର୍ଯ୍ୟ କ୍ରମ ଅନୁଯାୟୀ ଶପଥ ପାଠ,ପୋଷ୍ଟର,ବ୍ୟାନର ଓ ପ୍ଲାକାର୍ଡ ଧରି ଗ୍ରାମ ପରିକ୍ରମା ସହ କୋଭିଡ ସମ୍ପର୍କରେ ଗ୍ରାମବାସୀ ମାନଙ୍କୁ ସଚେତନ କରାଯାଇଥିଲା। ବିଦ୍ୟାଳୟ ଗୁଡିକରେ ଛାତ୍ର ଛାତ୍ରୀ ମାନଙ୍କୁ ଉଛାହିତ କରିବା ପାଇଁ ସ୍ବଚ୍ଛତା ଓ କୋଭିଡ ସମ୍ପର୍କରେ ଆଧାରିତ ଚିତ୍ର,ରଚନା ଓ ସ୍ଲୋଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେହିପରି ଶୌଚାଳୟ ଗୁଡିକରେ ହତାଧୁଆ ପାଇଁ ପ୍ରୋଛାହନ ଦେବା କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି। ଜୟ ମଙ୍ଗଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମଧ୍ୟ ଏହି କାର୍ଯ୍ଯ କ୍ରମ ଚାଲୁ ରହିଛି। ଏଥିରେ ଦିଲୀପ ପତ୍ର, ସଂଯୁକ୍ତା ପଟନାୟକ,ଅକ୍ଷୟ ବିଶୋଇ,ଗୀତାଞ୍ଜଳି ବେହେରା,ପ୍ରମୋଦ ନାୟକ, ମଞ୍ଜୁଲତା ପାତ୍ର, ସିମାଚଳ ବେହେରା,ବିଜୟ କୁମାର ସାହୁ,ସଚିଦାନନ୍ଦ ତ୍ରିପାଠୀ,ବାଲ୍ମୀକି ପାଣିଗ୍ରାହୀ ଓ ଭୀମସେନ ନାୟକ ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରମୁଖ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହିଥିଲେ।

