ଆସିକା ର ମମ ସ୍କୁଲରେ ତିରିଶି ହଜାର ଗଣେଶଙ୍କୁ ପୂଜା କରିବା ପରେ ଏହାକୁ ପ୍ରଦର୍ଶିତ କରିବା ଚର୍ଚ୍ଚାର ବିଷୟ ହୋଇଛି।ସ୍କୁଲର ଛାତ୍ର ଛାତ୍ରୀ ବିଭିନ୍ନ ପ୍ରକାରର ଧାତୁ,ଶସ୍ୟ,ପଥର,ବର୍ଜ୍ୟବସ୍ତୁରେ ନିର୍ମିତ ଗଣେଶ ମୂର୍ତ୍ତିକୁ ପୂଜା କରିଥିଲେ । ଏହା କୌଣସି ରେକର୍ଡ ଉଦ୍ଧେଶ୍ୟରେ ପୂଜା କରିବା କିମ୍ବା ପ୍ରଦର୍ଶିତ କରିବା ସ୍କୁଲର ଲକ୍ଷ ନୁହେଁ।ବରଂଏହା ଜ୍ଞାନ ,ବିଜ୍ଞାନ ଓ ଆଧ୍ୟାତ୍ମିକ ବିଚାର ଧାରା ପିଲାଙ୍କ ମଧ୍ୟରେ ପରିପ୍ରକାଶ ହେବ।ଯାହାର ପ୍ରତିଫଳନ ଦ୍ୱାରା ପିଲାଙ୍କ ମଧ୍ୟରେ ନିଷ୍ଠା ଓ ଲଗନ ପରିଲକ୍ଷିତ ହୋଇଛି।
ବିଦ୍ୟାର ଆଧାର ହେଉଛନ୍ତି ଗଣପତି।ତାଙ୍କ ପ୍ରତି ଭାବ ଓ ଲକ୍ଷ ଏବଂ ଏକାଗ୍ର ଚିତ୍ତ ଲଗାଇ ସ୍କୁଲର ଛାତ୍ରଛାତ୍ରୀ ମାନେ ସଂଗୃହିତ କରିଛନ୍ତି ଭିନ୍ନ ଭିନ୍ନ ପ୍ରକାରର ଗଣେଶ। କାଚ,ପଥର,ଗୋଡି,ମାଟି,ଶସ୍ୟ, ଧାନ, ମାଣ୍ଡିଆ,ବିରି,ମୁଗ,ମଞ୍ଜି ଏବଂ ପନିପରିବା,ଭଳି ଅନେକ ପଦାର୍ଥ ରେ ଗଣେଶ ମୂର୍ତି ତିଆରି ଏବଂ ଚିତ୍ରକଳା ମାଧ୍ୟମରେ ତାଙ୍କର ପରିଦର୍ଶିତା।
ପିଲାଙ୍କ ମଧ୍ୟରେ ଏକାଗ୍ରତା ବୃଦ୍ଧି ଏବଂ ଆଧ୍ୟାତ୍ମିକ ବିଚାର ଧାରା ତାଙ୍କରି ମଧ୍ୟରେ ସଂଚାରିତ ହେବା ପାଇଁ ସ୍କୁଲ ପ୍ରତିଷ୍ଠାତା ଅଗ୍ରପୂଜ୍ୟ ଗଜାନନଙ୍କ ଭଳି କି ଭଳି ମୂର୍ତି ପିଲାଙ୍କ ଦ୍ୱାରା ତିଆରି କରାଇଛନ୍ତି।ପାଠ ପଢିବା ସହ ପିଲାଙ୍କ ଅନ୍ତର୍ନିହିତ ଟେଲେଣ୍ଟକୁ ଜାଗ୍ରତ ଓ ବୃଦ୍ଧି କରିବା ପାଇଁ ଅନ୍ୟ ଏକ ପ୍ରୟାସ।ଅଭିଭାବକ ମାନେ ପିଲାଙ୍କ ଚିନ୍ତା ଓ ଚେତନାକୁ ସମ୍ମାନ ଦେଇ ଗଣେଶ ମୂର୍ତ୍ତ ମଧ୍ୟ ଦିଅନ୍ତି।। ଏତେ ଗୁଡିଏ ଗଣେଶ ସଂଗ୍ରହ କରି ତାକୁ ଏକ ମନ୍ଦିର ସ୍ଥାପନ ଚିନ୍ତା କରାଯାଇଛି।

