ଶୋଷରେ ଜୀବନ ଚାରିଗଲା ନିରିହ ଏକ ଘୋଡ଼ା ।ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧିନ ୧୮ନଂ ଜାତୀୟ ରାଜପଥ କଳମା ଏବଂ ଗଡଦେଉଳିଆ ମଝିରେ। ସୂଚନା ମୁତାବକ ଉତ୍ତରପ୍ରଦେଶ ଅଞ୍ଚଳରୁ ଓଡ଼ିଶାକୁ ଆସି ଘୋଡା ମାନଙ୍କ ଦ୍ୱାରା ବେଶ ଦୁଇ ପଇସା ରୋଜଗାର କରୁଥିବା ବ୍ୟବସାୟି ଜଣକ ବାଲେଶ୍ବରରୁ ବାରିପଦା ଅଭିମୁଖେ ଆସୁଥିବା ବେଳେ କଳମା ଛକ ଠାରେ ଘୋଡା ଗାଡିଟିକୁ ଛିଡା କରି ନିକଟସ୍ଥ ଏକ ଦୋକାନକୁ ପାଣି ପିଇବା ପାଇଁ ଯାଇଥିଲେ। ଆଉ ହୁଏତ ଏହି ଘୋଡାଟିକୁ ଅତ୍ୟଧିକ ଶୋଷ ଲାଗିବାରୁ ମାଲିକକୁ ଛାଡି ଗଡଦେଉଳିଆ ଅଭିମୁଖେ ରାସ୍ତା ରେ ଦୈଡିବାକୁ ଲାଗିଥିଲା । ତେବେ ୧୮ ନମ୍ବର ଜାତୀୟ ରାଜପଥ କଳମା ଓ ଗଡଦେଉଳିଆ ମଝିରେ ଘୋଡ଼ା ଟି ଏକ ଗଛ ରେ ଛନ୍ଦି ହୋଇ ନଣ୍ଢାସାହି ଜଙ୍ଗଲ ନିକଟରେ ଘୋଡାଟିର ମୃତ୍ୟୁ ହୋଇଥିଲା । ଉପସ୍ଥିତ ଲୋକେ ଘୋଡ଼ା ଟିକୁ ତାର ମାଲିକ କରା ରେ ଜାତୀୟ ରାଜପଥ ବାଲେଶ୍ଵର ରୁ ବାରିପଦା ଆଡ଼କୁ ଦୈଡାଇ ଦୈଡାଇ ଆଣୁଥିବା ଦେଖିବାକୁ ପାଇଥିଲେ । ଲୋକଙ୍କ କହିବା ମୁତାବକ ମାଲିକ ଘୋଡ଼ା ଦେଖାଇ ରୋଜଗାର କରୁଛି ହେଲେ ଘୋଡ଼ା ର ଠିକ୍ ଭାବେ ଯତ୍ନ ନେଇନାହିଁ । ଏହି କଥା ପ୍ରଚାରିତ ହେବା ପରେ ଘଟଣାସ୍ଥଳକୁ ଲୋକଙ୍କ ଭିଡ଼ ଜମିଥିବା ଲୋକେ ଘୋଡ଼ା ମାଲିକ ଙ୍କୁ ପାଟି ତୁଣ୍ଡ କରୁଥିବା ଦେଖିବାକୁ ମିଳିଥିଲା ।ତେବେ ଘୋଡାଟି ଖାଦ୍ଯ ଓ ପାନୀୟକୁ ନ ଦେଇ ଅମାନବିୟ ଭାବେ ଖଟାଉଥିବା ହେତୁ ଘୋଡାଟିର ମୃତ୍ୟୁ ହୋଇଗଲା ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

