Read Time:1 Minute, 19 Second
ବାକିଆ ଟଙ୍କା ଆଦାୟ ପାଇଁ ଦୋକାନୀ ଵାଲା ଗୁଣ୍ଡା ପଠାଇ ଜୀବନର ମାରିଦେବାକୁ ଧମକ ଘଟଣାରେ ଦୁଇଜଣ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି।ଆସିକା ଥାନା ଅନ୍ତର୍ଗତ ଅଲିପୁର ପଞ୍ଚାୟତ ର ପଥରା ଗ୍ରାମର ଅଚ୍ୟୁତ ବେହେରାଙ୍କ ସ୍ତ୍ରୀ ଭଂଜନୀ ବେହେରା ଙ୍କ ଅଭିଯୋଗ ପ୍ରକାରେ ଆସିକା ର ଆଲଫା ଷ୍ଟିଲ ମାଲିକ ଦୁଇ ଜଣ ଙ୍କୁ ତାଙ୍କ ଘରକୁ ପଠାଇ ବାକିଥିବା ପଚାଶ ହଜାର ଟଙ୍କା ମାଗିବାକୁ ପଠାଇଥିଲେ। ଟଙ୍କା ନଥିବା କହିବାରୁ ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ଆସିକା ଆସିଲେ ପ୍ରାଣରେ ମାରିଦେବାକୁ ଧମକ ଦେଇଥିଲେ।ତାଙ୍କ ଜୀବନ ପ୍ରତି ବିପଦ ଥିବା ଏତାଲାରେ ଦର୍ଶାଇଛନ୍ତି।ଅଭିଯୋଗ କୁ ଭିତ୍ତି କରି ପୋଲିସ ଥାନା କେଶ ନଂ ୪୬୯/୨୨ ପ୍ରକାରେ ରୁଜୁ କରି ଦୁଇ ଜଣକୁ ପୋଲିସ ଗିରଫ କରିଛି।ଗିରଫ ବ୍ୟକ୍ତି ହେଲେ କଳିଙ୍ଗ ରୋଡ଼ର ଦୀପକ ମଲ୍ଲିକ ଓ ବସଷ୍ଟାଣ୍ଡ ହରିଜନ ସାହିର ବଂଶୀଧର ବେହେରା ବୋଲି ଥାନା ଅଧିକାରୀ ପ୍ରଶାନ୍ତ ସାହୁ ଙ୍କ ଠାରୁ ପ୍ରକାଶ।

