ଲୁହା ବେଲଚାରେ ଆକ୍ରମଣ କରି ସାନଭାଇ ଗିରଫ

ଲୁହା ବେଲଚାରେ ଆକ୍ରମଣ କରି ସାନଭାଇ ଗିରଫ

0 0
Read Time:1 Minute, 9 Second

ଆସିକା ଥାନା ଅନ୍ତର୍ଗତ ପଣ୍ଡିଆପଥର ଗ୍ରାମରେ ବଡ଼ ଭାଇକୁ ଲୁହା ବେଲଚା ମୁଣ୍ଡ ଫଟାଇ ସାନ ଭାଇ କେ ସତ୍ୟନାରାୟଣ ଦୋରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି।ବଡ଼ ଭାଇ କେ ଅଶୋକ ଦୋରା ଅଭିଯୋଗ ପ୍ରକାରେ ତାଙ୍କ ସାନ ଭାଇ ସତ୍ୟ ପ୍ରବଳ ମଦ ପିଇ  ଘରକୁ ଆସି ବାପା ଓ ମା ଙ୍କୁ ଗାଳି ଗୁଳଜ କରିଥିଲେ।ଏହାକୁ ଅଶୋକ ବିରୋଧ କରିବାରୁ ସତ୍ୟ ଘରେ ଥିବା ଏକ ବେଲଚାରେ ମୁଣ୍ଡକୁ ମରି ଥିଲା।ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଅଶୋକ କୁ ସାହି ପଡୋଶୀ ଲୋକେ ଉଦ୍ଧାର କରିଥିଲେ।ଲୋକେ ରୁଣ୍ଡ ହେବାରୁ ସତ୍ୟ ସେଠୁ ଗଲାବେଳେ ପୋଲିସରେ ଖବର ଦେଲେ ତୁମ ମାନଙ୍କୁ ପ୍ରାଣରେ ମାରି ଦେବାକୁ ଧମକ ଦେଇଥିଲେ ବୋଲି ଅଶୋକ ଏତଲା ଦେଇଛନ୍ତି।ଅଭିଯୋଗ କୁ ଭିତ୍ତି କରି ଥାନା କେଶ ନଂ ୪୭୫/୨୨ ପ୍ରକାରେ ମାମଲା ରୁଜୁ କରି ସତ୍ୟନାରାୟଣ ଦୋରାଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Uncategorized